ଉଦେପୁର ରେ ୧୧୧ତମ ନାମଯଜ୍ଞ, “ହରେ କୃଷ୍ଣ ହରେ ରାମ”ମହାମନ୍ତ୍ର ରେ ମୁଖରିତ ଅଞ୍ଚଳ
ଚିପିଲିମା,ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟ ନେଇ ଉଦେପୁର ଗାଁ ରେ ଦୀର୍ଘ ୧୧୧ବର୍ଷ ହେଲା ପ୍ରତି ବର୍ଷ ୨୪ ପ୍ରହର ନାମ ଯଜ୍ଞ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଆସୁଥିବାବେଳେ, ଚଳିତ ବର୍ଷ ୧୧୧ ବର୍ଷରେ ପଦାର୍ପଣ କରିଛି ।ସମସ୍ତ ରୀତିନୀତି ମଧ୍ୟରେ ନିକଟସ୍ଥ ମହାନଦୀରୁ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l କର୍ତ୍ତା ଭାବରେ ଗାଁଗୌନ୍ତିଆ ମଦନମୋହନ ଦାଶ ଓ ତାଙ୍କ ଧର୍ମପତ୍ନୀ ସୁଚିତା ଦାଶ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ସମସ୍ତ ରୀତିନୀତି ରେ କଳସ […] The post ଉଦେପୁର ରେ ୧୧୧ତମ ନାମଯଜ୍ଞ, “ହରେ କୃଷ୍ଣ ହରେ ରାମ”ମହାମନ୍ତ୍ର ରେ ମୁଖରିତ ଅଞ୍ଚଳ appeared first on Odisha.News.

ଚିପିଲିମା,ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟ ନେଇ ଉଦେପୁର ଗାଁ ରେ ଦୀର୍ଘ ୧୧୧ବର୍ଷ ହେଲା ପ୍ରତି ବର୍ଷ ୨୪ ପ୍ରହର ନାମ ଯଜ୍ଞ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଆସୁଥିବାବେଳେ, ଚଳିତ ବର୍ଷ ୧୧୧ ବର୍ଷରେ ପଦାର୍ପଣ କରିଛି ।ସମସ୍ତ ରୀତିନୀତି ମଧ୍ୟରେ ନିକଟସ୍ଥ ମହାନଦୀରୁ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l କର୍ତ୍ତା ଭାବରେ ଗାଁଗୌନ୍ତିଆ ମଦନମୋହନ ଦାଶ ଓ ତାଙ୍କ ଧର୍ମପତ୍ନୀ ସୁଚିତା ଦାଶ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ସମସ୍ତ ରୀତିନୀତି ରେ କଳସ ପୂଜା, ଷଡ଼ ବୈଷ୍ଣବ ପୂଜା, ରାଧାକୃଷ୍ଣ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି, ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା l ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ଶଶୀଭୂଷଣ ଶତପଥି ପରିଚାଳନା କରିଥିଲେ l ଟାମ୍ପରସରା ଓ ଶୁଖପାଲି ମହିଳା ସଂକିର୍ତ୍ତନ ଯୋଗଦାନ କରିଥିବାବେଳେ, ଆଖପାଖର ସଂକୀର୍ତନ୍ୟ ଦଳ ସହଯୋଗ କରିଥିଲେ l ଗ୍ରାମର ସୁରେନ୍ଦ୍ର ବାଗ,ଉଗ୍ରେସନ,ଶଙ୍କର୍ଷଣ ଝାଙ୍କର,ବୁଲୁ ବେହେରା, ରୋହିତ ଝାଙ୍କର, ମନ୍ଦାକିନୀ ବେହେରା, ରମ୍ଭା ବେହେରା, ଚହଳ ସାହୁ , ଅଜୟ ସାହୁ,ଟିଆ ବାବୁ ବେହେରା, ସଂଜୀବ ଦାଶ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l ପୂର୍ଣ୍ଣାହୁତି ପରେ ଦଧିଭାଣ୍ଡ ଭଞ୍ଜନ କରି ସମସ୍ତ ଉପସ୍ଥିତ ଭକ୍ତ ତଥା ଜନସାଧାରଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l
The post ଉଦେପୁର ରେ ୧୧୧ତମ ନାମଯଜ୍ଞ, “ହରେ କୃଷ୍ଣ ହରେ ରାମ”ମହାମନ୍ତ୍ର ରେ ମୁଖରିତ ଅଞ୍ଚଳ appeared first on Odisha.News.