ଉଦ୍ଘାଟିତ ହେଲା ଓରମୀ ମଣ୍ଡି, ପ୍ରଥମ ଦିନରେ ୧୫ ଚାଷୀଙ୍କ ଉଠିଲା ଧାନ
ନିରାକାରପୁର, ୨୦।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଓରମୀ ସେବା ସମବାୟ ସମିତିରେ ସୋମବାର ଚାଷୀ କମିଟି ସଭାପତି ନରେନ୍ଦ୍ର କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ଉଦଘାଟନର ଆଜି ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ ୨୫୦ କୁଇଣ୍ଟାଲ ଧାନକୁ ରମାବିଲିସ୍ଥିତ ଶ୍ରୀଗଣେଶ ରାଇସ ମିଲରକୁ ଦିଆଯାଇଥିଲା । ଆଜିର ଉଦ୍ଘାଟନ ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ବଳିୟାରସିଂହ, ସମ୍ପାଦକ ମଧୁସ୍ମିତା ପାଟଶାଣୀ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର […] The post ଉଦ୍ଘାଟିତ ହେଲା ଓରମୀ ମଣ୍ଡି, ପ୍ରଥମ ଦିନରେ ୧୫ ଚାଷୀଙ୍କ ଉଠିଲା ଧାନ appeared first on Dharitri Odia News.
ନିରାକାରପୁର, ୨୦।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଓରମୀ ସେବା ସମବାୟ ସମିତିରେ ସୋମବାର ଚାଷୀ କମିଟି ସଭାପତି ନରେନ୍ଦ୍ର କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ଉଦଘାଟନର ଆଜି ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ ୨୫୦ କୁଇଣ୍ଟାଲ ଧାନକୁ ରମାବିଲିସ୍ଥିତ ଶ୍ରୀଗଣେଶ ରାଇସ ମିଲରକୁ ଦିଆଯାଇଥିଲା । ଆଜିର ଉଦ୍ଘାଟନ ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ବଳିୟାରସିଂହ, ସମ୍ପାଦକ ମଧୁସ୍ମିତା ପାଟଶାଣୀ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର ଫିଲଡ ଅଫିସରଙ୍କ ସମେତ ମିଲର ମନୋଜ ସାହୁ ଉପସ୍ଥିତ ଥିଲେ। ସୂଚନାଥାଉକି, ଓରବରସିଂହ ଓ ନରଣଗଡ଼ ଆଦି ଦୁଇଟି ପଞ୍ଚାୟତକୁ ନେଇ ଏହି ସେବା ସମବାୟ ସମିତିଟି ଗଠିତ ହୋଇଛି । ତେବେ ଚଳିତବର୍ଷ ୧୩୬ଜଣ ପଞ୍ଜିକୃତ କରିଥିବା ଚାଷୀଙ୍କ ଠାରୁ ମୋଟ ୩ହଜାର କୁଇଣ୍ଟାଲ ଧାନ ମଣ୍ଡିଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ଥିବା ସଭାପତି ପ୍ରମୋଦ କୁମାର ବଳିୟାରସିଂହ ସୂଚନା ଦେଇଛନ୍ତି ।
The post ଉଦ୍ଘାଟିତ ହେଲା ଓରମୀ ମଣ୍ଡି, ପ୍ରଥମ ଦିନରେ ୧୫ ଚାଷୀଙ୍କ ଉଠିଲା ଧାନ appeared first on Dharitri Odia News.