ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପରେ ନିଆଗଲା ଏକନାଥ ସିନ୍ଦେଙ୍କ ବ୍ୟାଗ୍ ର ତଲାସୀ, ଜାଣନ୍ତୁ ମିଳିଲା କ’ଣ?

ମୁମ୍ବାଇ ୧୩।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବୁଧବାର ୩ ନେତାଙ୍କ ବ୍ୟାଗ୍ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ଯାଞ୍ଚ ପରେ ଉଠିଥିବା ରାଜନୈତିକ ବିବାଦ ମଧ୍ୟରେ ହୋଇଛି। ଉଦ୍ଧବଙ୍କ ବ୍ୟାଗକୁ ସୋମବାର ୟବତମାଲ ଓ ମଙ୍ଗଳବାର ଲାଟୁରରେ ଦୁଇଥର ଯାଞ୍ଚ କରାଯାଇଥିଲା। ଏହା ପରେ ଉଦ୍ଧବ ଗୋଷ୍ଠୀ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ଏହା ପରେ ମହାରାଷ୍ଟ୍ର ପାଲଘରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି। ସେହିପରି ନିର୍ବାଚନ ଆୟୋଗଙ୍କ ଅଧିକାରୀ ପୁଣେରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେଙ୍କ ବ୍ୟାଗ୍ ଯାଞ୍ଚ କରିବା ସହିତ ନିର୍ବାଚନ ପ୍ରଚାରକୁ ଯାଉଥିବା ବେଳେ ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଅଜିତ ପାୱାରଙ୍କ ବ୍ୟାଗ୍ ମଧ୍ୟ ଯାଞ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବ୍ୟାଗ୍ ଯାଞ୍ଚ କାଳରେ ସେଥିରୁ ପାଣି ବୋତଲ, ଲେମ୍ବୁପାଣି ଓ ଦହି ସହିତ କିଛି ପୋଷାକ ମିଳିଥିଲା। ସେହିପରି ଅଜିତ ପାୱାରଙ୍କ ବ୍ୟାଗ୍‌ରୁ ନିମକି, ବିସ୍କୁଟ, ଲଡୁ ଓ କିଛି ପୋଷାକ ମିଳିଛି। ତେବେ ରାମଦାସ ଅଠାବଲେଙ୍କ ବ୍ୟାଗରୁ କିଛି ବି ମିଳିନଥିଲା। ବ୍ୟାଗ୍ ଯାଞ୍ଚ ନେଇ ଅଜିତ ପାୱାର ତାଙ୍କ ଏକ୍ସରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ପ୍ରଚାରକୁ ଯିବା କାଳରେ ନିର୍ବାଚନ ଆୟୋଗ ମୋ ବ୍ୟାଗ୍ ଓ ହେଲିକପ୍ଟରର ନିୟମିତ ଯାଞ୍ଚ କରିଛନ୍ତି। ଏଥି

ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପରେ  ନିଆଗଲା ଏକନାଥ ସିନ୍ଦେଙ୍କ ବ୍ୟାଗ୍ ର ତଲାସୀ, ଜାଣନ୍ତୁ ମିଳିଲା କ’ଣ?

ମୁମ୍ବାଇ ୧୩।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବୁଧବାର ୩ ନେତାଙ୍କ ବ୍ୟାଗ୍ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ଯାଞ୍ଚ ପରେ ଉଠିଥିବା ରାଜନୈତିକ ବିବାଦ ମଧ୍ୟରେ ହୋଇଛି। ଉଦ୍ଧବଙ୍କ ବ୍ୟାଗକୁ ସୋମବାର ୟବତମାଲ ଓ ମଙ୍ଗଳବାର ଲାଟୁରରେ ଦୁଇଥର ଯାଞ୍ଚ କରାଯାଇଥିଲା। ଏହା ପରେ ଉଦ୍ଧବ ଗୋଷ୍ଠୀ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। 

ଏହା ପରେ ମହାରାଷ୍ଟ୍ର ପାଲଘରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି। ସେହିପରି ନିର୍ବାଚନ ଆୟୋଗଙ୍କ ଅଧିକାରୀ ପୁଣେରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେଙ୍କ ବ୍ୟାଗ୍ ଯାଞ୍ଚ କରିବା ସହିତ ନିର୍ବାଚନ ପ୍ରଚାରକୁ ଯାଉଥିବା ବେଳେ ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଅଜିତ ପାୱାରଙ୍କ ବ୍ୟାଗ୍ ମଧ୍ୟ ଯାଞ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବ୍ୟାଗ୍ ଯାଞ୍ଚ କାଳରେ ସେଥିରୁ ପାଣି ବୋତଲ, ଲେମ୍ବୁପାଣି ଓ ଦହି ସହିତ କିଛି ପୋଷାକ ମିଳିଥିଲା। 

ସେହିପରି ଅଜିତ ପାୱାରଙ୍କ ବ୍ୟାଗ୍‌ରୁ ନିମକି, ବିସ୍କୁଟ, ଲଡୁ ଓ କିଛି ପୋଷାକ ମିଳିଛି। ତେବେ ରାମଦାସ ଅଠାବଲେଙ୍କ ବ୍ୟାଗରୁ କିଛି ବି ମିଳିନଥିଲା। ବ୍ୟାଗ୍ ଯାଞ୍ଚ ନେଇ ଅଜିତ ପାୱାର ତାଙ୍କ ଏକ୍ସରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ପ୍ରଚାରକୁ ଯିବା କାଳରେ ନିର୍ବାଚନ ଆୟୋଗ ମୋ ବ୍ୟାଗ୍ ଓ ହେଲିକପ୍ଟରର ନିୟମିତ ଯାଞ୍ଚ କରିଛନ୍ତି। ଏଥିରେ ମୁଁ ସେମାନଙ୍କୁ ପୁରା ସହଯୋଗ କରିଛି ଓ ମୋର କହିବା କଥା ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଟିତ କରିବା ପାଇଁ ଏପରି ଉପାୟ ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ଆଇନର ସମ୍ମାନ କରିବା ଓ ଗଣତାନ୍ତ୍ରିକ ଅଖଣ୍ଡତାକୁ କାୟମ ରଖିବା ପାଇଁ ପ୍ରୟାସକୁ ସମର୍ଥନ କରିବା।