ଉଦ୍ଧବ ଠାକରେ ହେବେ ନାହିଁ ମହାବିକାଶ ଅଘାଡିର ମୁଖ୍ୟମନ୍ତ୍ରୀ ଚେହେରା! ଶରଦ ପାୱାର କହିଲେ କେମିତି ବଛାଯିବେ CM?
କୋହ୍ଲାପୁର ୨୯।୬: ମହାରାଷ୍ଟ୍ର ବିଧାନସଭା ନିମନ୍ତେ ଆଗାମୀ ଅକ୍ଟୋବର ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ରାଜନୀତି ଏବେ ଉଷ୍ମ। ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପିତ କରିବା ପାଇଁ ଅଟକଳ ଉପରେ ଶରଦ ପାୱାର ରୋକ ଲଗାଇ ଦେଇଛନ୍ତି। ଶରଦ ପାୱାର ମହାବିକାଶ ଅଘାଡ଼ି (ଏମଭିଏ)ର ମୁଖ୍ୟମନ୍ତ୍ରୀ ଚେହେରା ମାନିବାକୁ ଅସ୍ୱୀକାର କରିଛନ୍ତି। ପାୱାର ସବୁ ବାମପନ୍ଥୀ ଦଳଙ୍କୁ ମଧ୍ୟ ଏମଭିଏରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଯଦି ୨୦୨୪ ବିଧାନସଭା ନିର୍ବାଚନରେ ଏମଭିଏର ବିଜୟ ହୁଏ ତେବେ ମୁଖ୍ୟମନ୍ତ୍ରୀ କିପରି ବଛାଯିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିବସେନା (ୟୁବିଟି) ପାର୍ଟି ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଏମଭିଏର ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉପସ୍ଥାପନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ସଞ୍ଜୟ ରାଉତଙ୍କୁ ଏପରି ବୟାନ ଦେଉଥିବା ଦେଖାଯାଇଛି। ତେବେ ଏନସିପି(ଶପା) ମୁଖ୍ୟ ଶନିବାର କୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ବିଚାର କୁ ଖାରଜ କରିଦେଇଛନ୍ତି। କୋହ୍ଲାପୁରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଶରଦ ପାୱାର କହିଛନ୍ତି ଯେ ଆମର ମେଣ୍ଟ ହିଁ ସାମୂହିକ ଚେହେରା। କୌଣସି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚେହେରା ହୋଇ ନ ପାରନ୍ତି। ସାମୂହିକ ନେତୃତ୍ୱ ଆମର ଫର୍ମୂଲା। ଆମ ମେଣ୍ଟର ୩
କୋହ୍ଲାପୁର ୨୯।୬: ମହାରାଷ୍ଟ୍ର ବିଧାନସଭା ନିମନ୍ତେ ଆଗାମୀ ଅକ୍ଟୋବର ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ରାଜନୀତି ଏବେ ଉଷ୍ମ। ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପିତ କରିବା ପାଇଁ ଅଟକଳ ଉପରେ ଶରଦ ପାୱାର ରୋକ ଲଗାଇ ଦେଇଛନ୍ତି। ଶରଦ ପାୱାର ମହାବିକାଶ ଅଘାଡ଼ି (ଏମଭିଏ)ର ମୁଖ୍ୟମନ୍ତ୍ରୀ ଚେହେରା ମାନିବାକୁ ଅସ୍ୱୀକାର କରିଛନ୍ତି। ପାୱାର ସବୁ ବାମପନ୍ଥୀ ଦଳଙ୍କୁ ମଧ୍ୟ ଏମଭିଏରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି।
ଏହା ସହିତ ସେ କହିଛନ୍ତି ଯେ ଯଦି ୨୦୨୪ ବିଧାନସଭା ନିର୍ବାଚନରେ ଏମଭିଏର ବିଜୟ ହୁଏ ତେବେ ମୁଖ୍ୟମନ୍ତ୍ରୀ କିପରି ବଛାଯିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିବସେନା (ୟୁବିଟି) ପାର୍ଟି ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଏମଭିଏର ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉପସ୍ଥାପନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ସଞ୍ଜୟ ରାଉତଙ୍କୁ ଏପରି ବୟାନ ଦେଉଥିବା ଦେଖାଯାଇଛି। ତେବେ ଏନସିପି(ଶପା) ମୁଖ୍ୟ ଶନିବାର କୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ବିଚାର କୁ ଖାରଜ କରିଦେଇଛନ୍ତି।
କୋହ୍ଲାପୁରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଶରଦ ପାୱାର କହିଛନ୍ତି ଯେ ଆମର ମେଣ୍ଟ ହିଁ ସାମୂହିକ ଚେହେରା। କୌଣସି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚେହେରା ହୋଇ ନ ପାରନ୍ତି। ସାମୂହିକ ନେତୃତ୍ୱ ଆମର ଫର୍ମୂଲା। ଆମ ମେଣ୍ଟର ୩ ସହଯୋଗୀ ମିଶି ଏହାର ନିଷ୍ପତ୍ତି ନେବେ। ବାମପନ୍ଥୀ ଦଳ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଥିବା ଲୋକେ ଏମଭିଏରେ ସାମିଲ ହୁଅନ୍ତୁ ବୋଲି ଶରଦ ପାୱାର ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ କିସାନ ଓ ଶ୍ରମିକ ପାର୍ଟି, ଆମ ଆଦମୀ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିମାନେ ଆମର ସହାୟତା କରିଛନ୍ତି।
ଯଦିଓ ମେଣ୍ଟରେ ୩ ଅଂଶିଦାର ଅଛନ୍ତି ତଥାପି ଆମେ ଏହି ସବୁ ଦଳଙ୍କୁ ବି ସାମିଲ କରିବା ଦରକାର। ମୋଦିଙ୍କୁ ବିରୋଧ କରୁଥିବା ସବୁ ଲୋକଙ୍କୁ ମେଣ୍ଟର ଅଂଶ ହେବା ଦରକାର। ସେହିପରି ମୁଖ୍ୟମନ୍ତ୍ରୀ ଚେହେରା ବାବଦେ ଯାହା ବି ନିଷ୍ପତ୍ତି ହେବ ତାହା ଆଲୋଚନା ପରେ ଓ ସମସ୍ତଙ୍କୁ ବିଶ୍ୱାସକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶରଦ ପାୱାର କହିଛନ୍ତି।