ଉଦ୍ଧବଙ୍କୁ ଟାର୍ଗେଟ କଲେ କଙ୍ଗନା

ଶିମଲା,୧୧।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଗୁରୁବାର ଶିବସେନା(ୟୁବିଟି)ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମୁଁ ସମସ୍ତ ପପୁଙ୍କୁ ଚ୍ୟାଲେଞ୍ଜ କରୁଛି। ଏହା ତୁମ ମାତାପିତାଙ୍କ ସମ୍ପତ୍ତି ନୁହେଁ ଯେ ମୋତେ ଡରାଇ ଧମକାଇ ବିକ୍ରି କରିଦେବ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତ। ଲୋକ ସଭା ନିର୍ବାଚନ ୨୦୨୪ରେ ହିମାଚଳର ମଣ୍ଡି ଆସନରୁ ଭାଜପାର ପ୍ରାର୍ଥୀ ହୋଇଥିବା କଙ୍ଗନା ରାନାଓ୍ବତ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି, ଏମିତି ରାଜା ବେଟା […] The post ଉଦ୍ଧବଙ୍କୁ ଟାର୍ଗେଟ କଲେ କଙ୍ଗନା appeared first on Dharitri Odia News.

ଉଦ୍ଧବଙ୍କୁ ଟାର୍ଗେଟ କଲେ କଙ୍ଗନା

ଶିମଲା,୧୧।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଗୁରୁବାର ଶିବସେନା(ୟୁବିଟି)ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମୁଁ ସମସ୍ତ ପପୁଙ୍କୁ ଚ୍ୟାଲେଞ୍ଜ କରୁଛି। ଏହା ତୁମ ମାତାପିତାଙ୍କ ସମ୍ପତ୍ତି ନୁହେଁ ଯେ ମୋତେ ଡରାଇ ଧମକାଇ ବିକ୍ରି କରିଦେବ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତ।
ଲୋକ ସଭା ନିର୍ବାଚନ ୨୦୨୪ରେ ହିମାଚଳର ମଣ୍ଡି ଆସନରୁ ଭାଜପାର ପ୍ରାର୍ଥୀ ହୋଇଥିବା କଙ୍ଗନା ରାନାଓ୍ବତ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି, ଏମିତି ରାଜା ବେଟା ମୋତେ ସବୁଠି ମିଳୁଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ମୋତେ ଏମିତି କେତେ ରାଜା ବେଟା ମିଳିଛନ୍ତି, ଯାହାଙ୍କ ବିରୋଧରେ ମୁଁ ମୁମ୍ବାଇରେ ବି ସ୍ବର ଉଠାଇଛି।

ଅଭିନେତ୍ରୀ କଙ୍ଗନା ରାନାୱତ କହିଛନ୍ତି, ଯେଉଁମାନେ ନୂଆ ବା ବାହାର ଲୋକ, ସେମାନେ ରାଜନୀତିରେ ସୁଯୋଗ ପାଇବା ଉଚିତ। ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ରାଜବଂଶ ରାଜନୀତି ସହିତ ମୋର ସଂଘର୍ଷ ହୋଇଥିଲା। ସେମାନେ (ବିରୋଧୀ) ଭୟଭୀତ, ଯଦି ସେମାନେ ଭୟଭୀତ ନ ହୁଅନ୍ତି ତେବେ ମହିଳାମାନଙ୍କ ଉପରେ ଟିପ୍ପଣି ଦେଇ ନ ଥାଆନ୍ତେ। ଯେହେତୁ ମୋତେ ସର୍ବଦା ରାଜବଂଶ ରାଜନୀତି ସହ ସାମ୍ନା କରିବାକୁ ପଡୁଛି, ଏଥିରୁ ଜଣାପଡୁଛି ଯେ ଏଠାରେ ମଧ୍ୟ ରାଜବଂଶ ରାଜନୀତି ସହ ମୁକାବିଲା କରିବାକୁ ପଡିବ।

The post ଉଦ୍ଧବଙ୍କୁ ଟାର୍ଗେଟ କଲେ କଙ୍ଗନା appeared first on Dharitri Odia News.