ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି

ସମ୍ବଲପୁର,୩ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ରେମେଡ ପଡିଆରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହେବ। ଏଥିରେ ପଶ୍ଚିମ ଓଡିଶାର ୧୧ ଜିଲାର ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେବେ ଏତେ ସଂଖ୍ୟାରେ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜନସାଧାରଣଙ୍କ ପାଇଁ ଦିଶା ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି, ସହର ଭିତରୁ ଅଇଁଠାପାଲି ରାସ୍ତାରେ ସଭାସ୍ଥଳକୁ ଯିବା […] The post ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି

ସମ୍ବଲପୁର,୩ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ରେମେଡ ପଡିଆରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହେବ। ଏଥିରେ ପଶ୍ଚିମ ଓଡିଶାର ୧୧ ଜିଲାର ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେବେ ଏତେ ସଂଖ୍ୟାରେ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜନସାଧାରଣଙ୍କ ପାଇଁ ଦିଶା ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି, ସହର ଭିତରୁ ଅଇଁଠାପାଲି ରାସ୍ତାରେ ସଭାସ୍ଥଳକୁ ଯିବା ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଦେଇ ରେମେଡ ପଡିଆକୁ ଯାଇପାରିବ।

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ରୋଡ ଓ କ୍ଷେତରାଜପୁର ରୋଡ ଦେଇ ମଧ୍ୟ ଜନସାଧାରଣ ସଭାସ୍ଥଳରେ ପହଞ୍ଚି ପାରିବେ। ଲୋକଙ୍କ ସୁବିଧା ପାଇଁ ପଡିଆ ନିକଟରେ ଚାରିଚକିଆ ଓ ଦୁଇଚକିଆ ଯାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। କ୍ଷେତରାଜପୁର ରାସ୍ତା ଦେଇ ଆସୁଥିବା ଚାରିଚକିଆ ଯାନ ପାଇଁ ସଭାସ୍ଥଳର ଡାହାଣ ପଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ସ୍ଥାନରେ ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ, ଦେବଗଡ ଏବଂ ଅନୁଗୋଳରୁ ଆସୁଥିବା ବସ୍‌ଗୁଡିକ ପାର୍କିଂ କରାଯିବାର ଯୋଜନା ରହିଛି। ସଭାସ୍ଥଳର ବାମ ପାର୍ଶ୍ୱରେ ଭିଆଇପି କାର ପାର୍କିଂ ସୁବିଧା କରାଯାଇଛି। ଅପରାହ୍ନ୧ଟା ୩୦ ସୁଦ୍ଧା ଜନସାଧାରଣଙ୍କୁ ସଭାସ୍ଥଳରେ ପହଞ୍ଚିବାକୁ କୁହାଯାଇଛି।

ସେହିପରି ଆଇଆଇଏମ୍‌ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ସେମାନଙ୍କ ପାସ୍‌ ସହ ନିଜର ପରିଚୟପତ୍ର ଦେଖାଇ ୧୧ଟା ସୁଦ୍ଧା ନାମ ପଞ୍ଜୀକରଣ କରାଇନେବାକୁ ଅନୁରୋଧ କରାଯାଇଛି।

The post ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି appeared first on Dharitri Odia News.