ଚାହିଁଲେ ବି ପୁଣି ଥରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ୬ ମାସର ଅଧିକ ଅବଧି ମିଳିଥିଲା। ଏହାପୂର୍ବରୁ ବିସିସିଆଇ ୩.୫ ବର୍ଷର କାର୍ଯ୍ୟକାଳ ଲାଗି ନୂଆ କୋଚ୍ ଲାଗି ଆବେଦନ ଆହ୍ବାନ କରିଛି। ଦ୍ରାବିଡ, ଶାସ୍ତ୍ରୀଙ୍କ ପରେ ମୁଖ୍ୟ କୋଚ୍ ହୋଇଥିଲେ। କୋହଲିଙ୍କ ଅଧିନାୟକତ୍ୱ […] The post ଚାହିଁଲେ ବି ପୁଣି ଥରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ… appeared first on Dharitri Odia News.
ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ୬ ମାସର ଅଧିକ ଅବଧି ମିଳିଥିଲା। ଏହାପୂର୍ବରୁ ବିସିସିଆଇ ୩.୫ ବର୍ଷର କାର୍ଯ୍ୟକାଳ ଲାଗି ନୂଆ କୋଚ୍ ଲାଗି ଆବେଦନ ଆହ୍ବାନ କରିଛି। ଦ୍ରାବିଡ, ଶାସ୍ତ୍ରୀଙ୍କ ପରେ ମୁଖ୍ୟ କୋଚ୍ ହୋଇଥିଲେ। କୋହଲିଙ୍କ ଅଧିନାୟକତ୍ୱ ସମୟରେ ତାଙ୍କ କାର୍ଯ୍ୟକାଳ ପ୍ରଶଂସନୀୟ ଥିଲା। ଏଣୁ ଦ୍ରାବିଡଙ୍କ ପରେ ପୁଣି ଥରେ ଶାସ୍ତ୍ରୀ କ’ଣ କୋଚ୍ ହୋଇପାରିବେ ବୋଲି ପ୍ରଶ୍ନ ଉଠିଛି। ଏହାର ଜବାବ ହେଉଛି ନା। କାରଣ ଶାସ୍ତ୍ରୀ ଚାହିଁଲେ ବି ଏହି ଦାୟିତ୍ୱ ତୁଲାଇ ପାରିବେ ନାହିଁ।
ଶାସ୍ତ୍ରୀଙ୍କ ନିକଟରେ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ହେବାକୁ ନେଇ ଆବଶ୍ୟକୀୟ ଯୋଗ୍ୟତା ରହିଛି। ସେ ୩୦ରୁ ଅଧିକ ଟେଷ୍ଟ ଏବଂ ୫୦ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ଏହାଛଡ଼ା ସେ ୩ ବର୍ଷ ଯାଏ ଏକ ଜାତୀୟ ଦଳ(ଭାରତ)କୁ କୋଚ୍ ଦାୟିତ୍ୱ ତୁଲାଇଛନ୍ତି। ହେଲେ ଆଉ ଏକ ଯୋଗ୍ୟତା ରହିଛି ଯାହାକି ତାଙ୍କର ପୁଣିଥରେ କୋଚ୍ ହେବା ରାସ୍ତାରେ କଣ୍ଟା ପାଲଟିଛନ୍ତି। ସେଇଟି ହେଲା ବୟସ।
ବିସିସିଆଇ ମାଗିଥିବା ଯୋଗ୍ୟତା ଅନୁଯାୟୀ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍ ହେବା ଉଚିତ। ହେଲେ ୧୯୬୨ ମେ’ ୨୭ରେ ଜନ୍ମିତ ଶାସ୍ତ୍ରୀଙ୍କୁ ଏବେ ୬୧ ବର୍ଷ। ଏଣୁ ସେ ଚାହିଁଲେ ବି ଦ୍ରାବିଡଙ୍କ ସ୍ଥାନ ନେଇପାରିବେ ନାହିଁ।
The post ଚାହିଁଲେ ବି ପୁଣି ଥରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ… appeared first on Dharitri Odia News.