ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି
ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ସୋମବାର ପିସିବି ମୁଖ୍ୟ ମୋହସିନ୍ ନକ୍ଭୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତ କାହିଁକି ଆସିବାକୁ ଚାହୁଁନାହିଁ ଏହାର କୌଣସି ସ୍ପଷ୍ଟ କାରଣ ଆମକୁ ମିଳିନାହିଁ। ତେଣୁ ଆମେ ଆଇସିସି ନିକଟରୁ ଉତ୍ତର ଅପେକ୍ଷାରେ ରହିଛୁ। ଏଯାଏ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ନାହିଁ। ପାକିସ୍ତାନରେ […] The post ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି appeared first on Dharitri Odia News.
ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ସୋମବାର ପିସିବି ମୁଖ୍ୟ ମୋହସିନ୍ ନକ୍ଭୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତ କାହିଁକି ଆସିବାକୁ ଚାହୁଁନାହିଁ ଏହାର କୌଣସି ସ୍ପଷ୍ଟ କାରଣ ଆମକୁ ମିଳିନାହିଁ। ତେଣୁ ଆମେ ଆଇସିସି ନିକଟରୁ ଉତ୍ତର ଅପେକ୍ଷାରେ ରହିଛୁ। ଏଯାଏ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ନାହିଁ। ପାକିସ୍ତାନରେ ଖେଳିବାକୁ ଭାରତ ମନା କରିଥିବା ବେଳେ ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ପାଇଁ ଦାବି କରି ଆସିଛି।
ପିସିବି ହାଇବ୍ରିଡ ମଡେଲର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତ କାହିଁକି ଆସିବ ନାହିଁ ତା’ର କାରଣ ଦର୍ଶାଇବା ପାଇଁ ଆଇସିସି ନିକଟରେ ଦାବି କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୦୮ ମୁମ୍ବାଇ ବିସ୍ଫୋରଣ ପରଠାରୁ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିନାହିଁ ଭାରତ। ଜୟ ଶାହା ଆଇସିସିର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଥିବା ବେଳେ ଭାରତ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ନକ୍ଭୀ କହିଛନ୍ତି। ତେବେ କେବଳ ବିସିସିଆଇ ନୁହେଁ, ବିଶ୍ୱର ଅନ୍ୟ କ୍ରିକେଟ ବୋର୍ଡକୁ ନେଇ ଆଇସିସି ଗଠିତ ବୋଲି ଭାରତ ମନେରଖିବା ଉଚିତ ବୋଲି ସେ କହିଛନ୍ତି।
The post ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି appeared first on Dharitri Odia News.