Video: ନିଜ ଛୁଆ ଲାଗି ଅଜଗର ସହ ଲଢ଼ିଲା ମା’ କଙ୍ଗାରୁ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ
ସୋସିଆଲ ମିଡିଆରେ ପ୍ରତ୍ୟହ ଅନେକ ଚକିତ କଲାଭଳି ଭିଡିଓ ସାମ୍ନାକୁ ଆସିଥାଏ। ବିଶେଷକରି ଖାଦ୍ୟ ଏବଂ ଖାଦକ ମଧ୍ୟରେ ଦେଖିବାକୁ ମିଳୁଥିବା ଜବରଦସ୍ତ ଲଢ଼େଇର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏହି କ୍ରମରେ ଏକ କଙ୍ଗାରୁ କିଭଳି ତାର ଛୁଆକୁ ରକ୍ଷା କରିବାକୁ ଯାଇ ଭୟଙ୍କର ଅଜଗର ସହ ଲଢ଼ୁଛି ତାର ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଦେଖି ଅନେକ ଭାବବିହ୍ବଳ ହେଉଛନ୍ତି। ସାମ୍ନାକୁ ଆସିଥିବା କେଇ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ,ଏକ ମା’ କଙ୍ଗାରୁ […] The post Video: ନିଜ ଛୁଆ ଲାଗି ଅଜଗର ସହ ଲଢ଼ିଲା ମା’ କଙ୍ଗାରୁ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.
ସୋସିଆଲ ମିଡିଆରେ ପ୍ରତ୍ୟହ ଅନେକ ଚକିତ କଲାଭଳି ଭିଡିଓ ସାମ୍ନାକୁ ଆସିଥାଏ। ବିଶେଷକରି ଖାଦ୍ୟ ଏବଂ ଖାଦକ ମଧ୍ୟରେ ଦେଖିବାକୁ ମିଳୁଥିବା ଜବରଦସ୍ତ ଲଢ଼େଇର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏହି କ୍ରମରେ ଏକ କଙ୍ଗାରୁ କିଭଳି ତାର ଛୁଆକୁ ରକ୍ଷା କରିବାକୁ ଯାଇ ଭୟଙ୍କର ଅଜଗର ସହ ଲଢ଼ୁଛି ତାର ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଦେଖି ଅନେକ ଭାବବିହ୍ବଳ ହେଉଛନ୍ତି।
ସାମ୍ନାକୁ ଆସିଥିବା କେଇ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ,ଏକ ମା’ କଙ୍ଗାରୁ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରେ ପହଞ୍ଚୁଛି। ସେଠାରେ କିଛି ସମୟ ରହି ଫେରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଯାହା ପାଇଁ ସେ ଖାଇବା ଆଣିବାକୁ ଯାଇଥିଲା ତାକୁ ବିଶାଳକାୟ ଅଜଗର ଗିଳିବାକୁ ଚେଷ୍ଟା କରୁଛି। ନିଜର ଛୁଆକୁ ଅଜଗର ମାଡ଼ି ବସିଥିବା ଦେଖି କଙ୍ଗାରୁ ଦୌଡ଼ି ଯାଇ ଆକ୍ରମଣ କରୁଛି। ହେଲେ ସାପଟି ତାକୁ ଛାଡ଼ୁନାହିଁ। ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି।
ନିଜ ଛୋଟ ଶିଶୁଙ୍କୁ ରକ୍ଷା କରିବାକୁ ଅଜଗର ଉପରେ ମା’ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆର ଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଇଛି। ଆପଣ ବି ଦେଖନ୍ତୁ:
The post Video: ନିଜ ଛୁଆ ଲାଗି ଅଜଗର ସହ ଲଢ଼ିଲା ମା’ କଙ୍ଗାରୁ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.