ସମ୍ବଲପୁରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରବଳ ଉତ୍ତେଜନା
ସମ୍ବଲପୁର,୨ା୧(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ପୁନର୍ବାର ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଗୁରୁବାର ସକାଳ ୬ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୂତାପଡ଼ା ଛକରୁ ଧନକଉଡ଼ା ପର୍ଯ୍ୟନ୍ତ ଚାଲିଥିବା ଜବରଦଖଲ ଭୟରେ ମୋତିଝରଣ ଛକରେ ଉଚ୍ଛେଦକାରୀ ଦଳକୁ ସ୍ଥାନୟ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ ଏଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତେଣୁ ଜିଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ […] The post ସମ୍ବଲପୁରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରବଳ ଉତ୍ତେଜନା appeared first on Dharitri Odia News.
ସମ୍ବଲପୁର,୨ା୧(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ପୁନର୍ବାର ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଗୁରୁବାର ସକାଳ ୬ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୂତାପଡ଼ା ଛକରୁ ଧନକଉଡ଼ା ପର୍ଯ୍ୟନ୍ତ ଚାଲିଥିବା ଜବରଦଖଲ ଭୟରେ ମୋତିଝରଣ ଛକରେ ଉଚ୍ଛେଦକାରୀ ଦଳକୁ ସ୍ଥାନୟ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ ଏଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ତେଣୁ ଜିଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଭାରତୀୟ ନ୍ୟାୟ ସଂହିତା ଆଇନ ଧାରା ୧୬୩ ଲାଗୁ କରାଯାଇଛି। ଏପରିକି ଏହି ଅଞ୍ଚଳରେ ୫ ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ ଡାକବାଜି ଯନ୍ତ୍ର ଜରିଆରେ ଚେତାବନୀ ମଧ୍ୟ ଦିଆଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟାପକ ପୋଲିସ ସୁରକ୍ଷା ବହିନୀଙ୍କୁ ମୁତୟନ କରାଯାଇଛି।
ଘଟଣାସ୍ଥଳରେ ୨ ଅତିରିକ୍ତ ଏସ୍ପି, ୨ ଏସ୍ଡିଓ, ୫ ଥାନା ଅଧିକାରୀ ଉପସ୍ଥିତ ଥିବା ବେଳେ ୨୦ରୁ ଅଧିକ ପ୍ଲାଟୁନ ପୋଲିସ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଆଇଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ସ୍ଥାନର ଉଭୟପଟୁ ରାସ୍ତାକୁ ଅବରୋଧ କରାଇଛି।
The post ସମ୍ବଲପୁରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରବଳ ଉତ୍ତେଜନା appeared first on Dharitri Odia News.