ହତ୍ୟା ଉଦ୍ୟମ ଘଟଣା: ବାପ,ପୁଅ ସମେତ ୩ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଶ୍ରୀ ଗୋପୀନାଥ ପାଣି ପଞ୍ଚାୟତ କମିଟି ସଭାପତି ଏସ୍. ସହଦେବ ରେଡ୍ଡୀଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ହତ୍ୟା ଉଦ୍ୟମ କରାଯାଇଥିଲା। ସହଦେବ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଶୁକ୍ରବାର ଘଟଣାରେ ଅଭିଯୁକ୍ତ ଥିବା ଝାଟିପିଟିଆ ଗ୍ରାମର […] The post ହତ୍ୟା ଉଦ୍ୟମ ଘଟଣା: ବାପ,ପୁଅ ସମେତ ୩ ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.
ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଶ୍ରୀ ଗୋପୀନାଥ ପାଣି ପଞ୍ଚାୟତ କମିଟି ସଭାପତି ଏସ୍. ସହଦେବ ରେଡ୍ଡୀଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ହତ୍ୟା ଉଦ୍ୟମ କରାଯାଇଥିଲା। ସହଦେବ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଶୁକ୍ରବାର ଘଟଣାରେ ଅଭିଯୁକ୍ତ ଥିବା ଝାଟିପିଟିଆ ଗ୍ରାମର ରାମଚନ୍ଦ୍ର ପାତ୍ର ସମେତ ତାଙ୍କ ପୁଅ ଶୁଭମ ପାତ୍ର ଏବଂ ସୁରେନ୍ଦ୍ର ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ସହଦେବ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ବାଇକକୁ ଅଟକାଇ ଥିଲେ। ଏହାପରେ ସେମାନେ ଜିତୁ ନାମକ ଯୁବକ କେଉଁଠାରେ ଅଛି ବୋଲି ପଚାରିଥିଲେ। ସେ ଜାଣି ନ ଥିବା କହିବାରୁ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଆହତ ସହଦେବଙ୍କୁ ସ୍ଥାନୀୟ ଲୋକେ ଓ କଇଠଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସହଦେବ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।
The post ହତ୍ୟା ଉଦ୍ୟମ ଘଟଣା: ବାପ,ପୁଅ ସମେତ ୩ ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.