୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୦ା୨(ସୁଚିସ୍ମିତା ସାହୁ): ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା ଆଦି ତିନି ଦଫା ଦାବି ନେଇ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ କରିବେ ପ୍ରାଥମିକ ଶିକ୍ଷକ। ପ୍ରାଥମିକ ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ ରବିବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଏହି ଚେତାବନୀ ଦେଇଛନ୍ତି। ୮ ଓ ୬ ବର୍ଷର ଶିକ୍ଷା […] The post ୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ appeared first on Dharitri Odia News.

୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୦ା୨(ସୁଚିସ୍ମିତା ସାହୁ): ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା ଆଦି ତିନି ଦଫା ଦାବି ନେଇ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ କରିବେ ପ୍ରାଥମିକ ଶିକ୍ଷକ। ପ୍ରାଥମିକ ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ ରବିବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଏହି ଚେତାବନୀ ଦେଇଛନ୍ତି। ୮ ଓ ୬ ବର୍ଷର ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନୋଶନାଲ ଇନ୍‌କ୍ରିମେଣ୍ଟ ଦେଇ ଗଣନା କରିବା, ଅନ୍ୟରାଜ୍ୟ ଭଳି ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ୩୫,୪୦୦ ଦରମା ଦେବା ଓ ଶିକ୍ଷକଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଆଦି ଦାବି ନେି ଏହି ଆନ୍ଦୋଳନ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଯାହା ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ଶିକ୍ଷକମାନେ ନୁହନ୍ତି, ବରଂ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଖବରଦାତା ସମ୍ମିଳନୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ ଆବାହକ ଶେଷଦେବ ଯଜ୍ଞକାମ ଦେଓ, ଅଲୋଷ୍ଟା ସଭାପତି ବିକ୍ରମ କୁମାର ଦାଶ, ଗୋପାଳ କିଶୋର ସେନ, ଟୁଲୁ ଦେଇ, ଅଲୋଷ୍ଟା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ appeared first on Dharitri Odia News.