ବହୁ ଚର୍ଚ୍ଚିତ ଘନା ଜଙ୍ଗଲରେ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ…

ଭବାନୀପାଟଣା/ଧର୍ମଗଡ଼,୨୦ା୧୧(ଉତ୍ତମ କୁମାର ଦାଶ/ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରସ୍ଥିତ ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ଘଟଣାରେ ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୬ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର, ବକ୍ସିତୁଳସୀପାଲି ଗ୍ରାମର ଲାବଣ୍ୟ […] The post ବହୁ ଚର୍ଚ୍ଚିତ ଘନା ଜଙ୍ଗଲରେ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ… appeared first on Dharitri Odia News.

ବହୁ ଚର୍ଚ୍ଚିତ ଘନା ଜଙ୍ଗଲରେ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ…

ଭବାନୀପାଟଣା/ଧର୍ମଗଡ଼,୨୦ା୧୧(ଉତ୍ତମ କୁମାର ଦାଶ/ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରସ୍ଥିତ ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ଘଟଣାରେ ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୬ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର, ବକ୍ସିତୁଳସୀପାଲି ଗ୍ରାମର ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ପ୍ରକାଶ ଓରଫ ଲୁକୁ ନାଏକ, ଶାନ୍ତ ନାଏକ ଓ ଅମିତ ନାଏକ। ଯାହାକି ଜିଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସେହିପରି ଏହି ଘଟଣାରେ ସେତେବେଳେ ଅନ୍ୟ ୩ଜଣ ଭିଡିଓ ଭାଇରାଲ ପାଇଁ ଗିରଫ ହୋଇଥିଲେ। ହେଲେ ଏହି ୩ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୧୯ ସେପ୍ଟେମ୍ବର ୧୪ ଅପରାହ୍ନରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର (ବସ କଣ୍ଡକ୍ଟର) ପୀଡ଼ିତାଙ୍କୁ ନିଜ ଗାଁରେ ଛାଡ଼ି ଦେବାକୁ କହି ଏକ୍‌ ବାଇକରେ ଭବାନୀପାଟଣାରୁ ବସାଇ ଘରକୁ ଆଣୁଥିଲେ। ହେଲେ ଲଳିନ୍ଦ୍ର ପୀଡ଼ିତାଙ୍କୁ ଗାଁକୁ ନ ନେଇ ବାଟରେ ବନମାଳୀପୁରସ୍ଥିତ ଘନା ସଂରକ୍ଷଣ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ପରେ ସେଠାରେ ଲୁଚି ରହିଥିବା ଅନ୍ୟ ୫ ଜଣ ଯୁବକ ଛୁରି ଦେଖାଇ ପୀଡ଼ିତାଙ୍କୁ ଗଣବଳାତ୍କାର କରିବା ସହ ବଳାତ୍କାର ସମୟର ଭିଡିଓ ଶୁଟିଂ କରି ଭାଇରାଲ ମଧ୍ୟ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଜୁନାଗଡ଼ ପୋଲିସ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୨୩ରେ କେସ୍‌ ନଂ ୨୨୪/୧୯ରେ ଏକ ମାମଲା ରୁଜୁ କରି ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେତେବେଳେ ଏହି ଘଟଣାଟି ଜିଲା ତଥା ରାଜ୍ୟରେ ଚର୍ଚ୍ଚିତ ଖବରର ଶିରୋନାମା ପାଲଟିଥିଲା। ଏପରିକି ଘଟଣାକୁ ଗୁରୁତ୍ୱର ସହ ନେଇ ତତ୍କାଳୀନ ରାଜ୍ୟ ମହିଳା କମିଶନ ଡ. ମିନତୀ ବେହେରା ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ସେହିପରି ତତ୍କାଳୀନ ଏସ୍‌ପି ବି.ଗଙ୍ଗାଧର ମଧ୍ୟ ତତ୍ପରତା ପ୍ରକାଶ କରି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବାରେ ସଫଳ ହୋଇଥିଲେ। ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଥିଲେ।

The post ବହୁ ଚର୍ଚ୍ଚିତ ଘନା ଜଙ୍ଗଲରେ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ… appeared first on Dharitri Odia News.