ରାଜ୍ୟରେ ଅଛନ୍ତି କେତେ ହାତୀ ? ବୁଧବାର ଆସିବ ବିସ୍ତୃତ ରିପୋର୍ଟ

ଭୁବନେଶ୍ବର ୨୬/୧୧:  ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା । ବୁଧବାର ଆସିବ ବିସ୍ତୃତ ରିପୋର୍ଟ । ଏଥିରୁ ଜଣାପଡିବ ରାଜ୍ୟରେ ଅଛନ୍ତି କେତେ ହାତୀ ? ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।  ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ ସେମାନେ ଜନବସତିମୁହାଁ ହୋଇଛନ୍ତି,ସେସବୁ ତଥ୍ୟ ଏକାଠି କରାଯାଉଛି । ବୁଧବାର ପ୍ରସ୍ତୁତ ହେବ ସଂପୂର୍ଣ୍ଣ ରିପୋର୍ଟ । ରିପୋର୍ଟ ଆସିବା ପରେ କହିହେବ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଛନ୍ତି କେତେ ହାତୀ । ଝାଡଖଣ୍ଡ ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି । ଯେପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ ।ମଙ୍ଗଳବାର ରିପୋର୍ଟ ଚୂଡ଼ାନ୍ତ ହେଉଛି, ବୁଧବାର ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ, ରାଜ୍ୟରେ କେତେ ହାତୀ ଅଛନ୍ତି । ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।     

ରାଜ୍ୟରେ ଅଛନ୍ତି କେତେ ହାତୀ ? ବୁଧବାର ଆସିବ ବିସ୍ତୃତ ରିପୋର୍ଟ

ଭୁବନେଶ୍ବର ୨୬/୧୧:  ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା । ବୁଧବାର ଆସିବ ବିସ୍ତୃତ ରିପୋର୍ଟ । ଏଥିରୁ ଜଣାପଡିବ ରାଜ୍ୟରେ ଅଛନ୍ତି କେତେ ହାତୀ ? ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।  ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ ସେମାନେ ଜନବସତିମୁହାଁ ହୋଇଛନ୍ତି,ସେସବୁ ତଥ୍ୟ ଏକାଠି କରାଯାଉଛି । 

ବୁଧବାର ପ୍ରସ୍ତୁତ ହେବ ସଂପୂର୍ଣ୍ଣ ରିପୋର୍ଟ । ରିପୋର୍ଟ ଆସିବା ପରେ କହିହେବ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଛନ୍ତି କେତେ ହାତୀ । ଝାଡଖଣ୍ଡ ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି । ଯେପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ ।ମଙ୍ଗଳବାର ରିପୋର୍ଟ ଚୂଡ଼ାନ୍ତ ହେଉଛି, ବୁଧବାର ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ, ରାଜ୍ୟରେ କେତେ ହାତୀ ଅଛନ୍ତି । ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।