ବନ୍ୟାରେ ଭାସିଗଲା ବ୍ରିଜ୍, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ
ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ବ୍ରିଜ୍ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟତ କରୁଥିଲେ । ଫଳରେ ସେହି ସମୟରେ ଲୋକେ ଜାଣିନପାରିବାରୁ ସେମନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି । ଏଥିରେ ଆହତ […] The post ବନ୍ୟାରେ ଭାସିଗଲା ବ୍ରିଜ୍, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ appeared first on Dharitri Odia News.
ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ବ୍ରିଜ୍ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟତ କରୁଥିଲେ । ଫଳରେ ସେହି ସମୟରେ ଲୋକେ ଜାଣିନପାରିବାରୁ ସେମନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି । ଏଥିରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚାଇନା ଅଧିକାରୀମାନେ ଶନିବାର ଏନେଇ ସୂଚନା ଦେଇଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ ପ୍ରାଦେଶିକ ସୂଚନା ବିଭାଗ କହିଛି ଯେ ପ୍ରବଳ ବର୍ଷା ଓ ବନ୍ୟା ହେତୁ ଶେଙ୍ଗଲୁ ସହରର ଜାଶୁଇ କାଉଣ୍ଟିରେ ଅବସ୍ଥିତ ବ୍ରିଜ ଶୁକ୍ରବାର ସାରେ ଭୁଶୁଡି ପଡିଛି ।
ମିଳିଥିବା ସୂଚନା ମୁତାବକ ଆଜି ସକାଳ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବାବେଳେ ବ୍ରିଜ ଭୁଶୁଡ଼ିବା ପରେ ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେତୁ ଭୁଶୁଡ଼ିବା ହେତୁ କିଛି ଗାଡି ବ୍ରିଜ ତଳେ ଥିବା ଜିନକିଆନ ନଦୀରେ ଖସିପଡିଥିଲା। ଖବର ଅନୁଯାୟୀ, ଉଦ୍ଧାରକାରୀ ଦଳ ନଦୀରେ ପଡ଼ିଥିବା ପାଞ୍ଚଟି ଗାଡି ଉଦ୍ଧାର କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
The post ବନ୍ୟାରେ ଭାସିଗଲା ବ୍ରିଜ୍, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ appeared first on Dharitri Odia News.