ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍ ନୋଟ୍ରେ ଥିଲା…
ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍ ଆରମ୍ଭ ହୋଇଛି। ସୁଇସାଇଡ୍ ନୋଟ୍ରେ ଡିଏଫ୍ଓଙ୍କ ନାଁ ଥିବାରୁ ତଦନ୍ତ ନିର୍ଦ୍ଦେଶ ଦେଇଛି ବନ ବିଭାଗ। ସିସିଏଫ୍ ରାଙ୍କର ଅଧିକାରୀଙ୍କୁ ବନ ବିଭାଗ ଏହାର ତଦନ୍ତ ଭାର ଦେଇଛି। ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି। […] The post ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍ ନୋଟ୍ରେ ଥିଲା… appeared first on Dharitri Odia News.
ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍ ଆରମ୍ଭ ହୋଇଛି। ସୁଇସାଇଡ୍ ନୋଟ୍ରେ ଡିଏଫ୍ଓଙ୍କ ନାଁ ଥିବାରୁ ତଦନ୍ତ ନିର୍ଦ୍ଦେଶ ଦେଇଛି ବନ ବିଭାଗ। ସିସିଏଫ୍ ରାଙ୍କର ଅଧିକାରୀଙ୍କୁ ବନ ବିଭାଗ ଏହାର ତଦନ୍ତ ଭାର ଦେଇଛି। ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭବାନୀପାଟଣାସ୍ଥିତ ସରକାରୀ କ୍ୱାର୍ଟର୍ସରୁ ୨୩ ତାରିଖ ବୁଧବାର ସକାଳେ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଫରେଷ୍ଟରଙ୍କ ନାମ ସଞ୍ଜୟ ନାୟକ (୩୬)ହୋଇଥିବା ବେଳେ ତାଙ୍କ ଘର ରାୟଗଡ଼ାରେ। ମୃତ ଫରେଷ୍ଟର ନାୟକ ଜୁନାଗଡ଼ ବ୍ଲକ ଜାରିଙ୍ଗସ୍ଥିତ ହାଇଟେକ୍ ସିଲଭିକଲ୍ଚର ନର୍ସରୀରେ କାର୍ଯ୍ୟରତ ଥିଲେ। ଏହାସହ ଭବାନୀପାଟଣା ସିଲଭିକଲ୍ଚର ଅଫିସରେ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତେବେ ଏଇ କିଛି ଦିନ ତଳେ ତାଙ୍କର ବଦଳି ବଲାଙ୍ଗୀରକୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଫରେଷ୍ଟର ସଞ୍ଜୟଙ୍କ ଭାଇ ରବିନାରାୟଣ ନାୟକ ଭାଇଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ରାୟଗଡ଼ା ଡିଏଫ୍ଓ ଦେବେନ୍ଦ୍ର କୁମାର ବେହେରା ଜବରଦସ୍ତି ସରକାରୀ ନିର୍ଯାତନା ଦେଇଛନ୍ତି । ଗତ ୧୦ ମାସ ହେବ ଲଗାତର ଡିଏଫ୍ଓ ବେହେରା ନିର୍ଯାତନା ଦେଉଥିବା ଭାଇର ପକେଟରୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଛି।
ସମାଜରେ ତାଙ୍କର ଭାବମୂର୍ତ୍ତି ଯୋଗୁ ସେ ଏହି ମାମଲା କାହା ସହ ଶେୟାର କରି ନ ଥିଲେ। ଶେଷରେ ସେ ମୃତ୍ୟୁର ରାସ୍ତାକୁ ବାଛି ନେଇଥିଲେ। ସଞ୍ଜୟଙ୍କ ମୃତ୍ୟୁର ନ୍ୟାୟ ମାଗୁଛି ବୋଲି ଭାଇ ରବି ନାରାୟଣ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ନିବେଦନ କରିଥିଲେ।
The post ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍ ନୋଟ୍ରେ ଥିଲା… appeared first on Dharitri Odia News.