କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା
ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍ର କୋଚ୍ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମେଣ୍ଟର ଗୌତମ ଗମ୍ଭୀର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର କୋହଲିଙ୍କ ମଧ୍ୟରେ ମ୍ୟାଚ ସମୟରେ ଏବଂ ଏହା ପରେ ବିବାଦ ଲାଗି ରହିଥିଲା। ଅବଶ୍ୟ, ଆଇପିଏଲ ୨୦୨୪ରେ ଜିନିଷ ବଦଳିଗଲା […] The post କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍ର କୋଚ୍ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମେଣ୍ଟର ଗୌତମ ଗମ୍ଭୀର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର କୋହଲିଙ୍କ ମଧ୍ୟରେ ମ୍ୟାଚ ସମୟରେ ଏବଂ ଏହା ପରେ ବିବାଦ ଲାଗି ରହିଥିଲା। ଅବଶ୍ୟ, ଆଇପିଏଲ ୨୦୨୪ରେ ଜିନିଷ ବଦଳିଗଲା ଏବଂ ଦୁହେଁ ପରସ୍ପର ସହିତ ଭଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।
କୋହଲି ଏବଂ ଲକ୍ଷ୍ନୌ ବୋଲର ନବୀନ-ଉଲ-ହକଙ୍କ ମଧ୍ୟରେ ଚାଲିଥିବା ଲଢେଇ ଆଇପିଏଲ ୨୦୨୩ର ସବୁଠାରୁ ବଡ ବିବାଦ ମଧ୍ୟରୁ ଅନ୍ୟତମ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଆରସିବି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲ ମ୍ୟାଚ ସମୟରେ ଏହି ଘଟଣା ଘଟିଥିଲା। କୋହଲି ଏବଂ ନବୀନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, କିନ୍ତୁ ଖୁବ ଶୀଘ୍ର ଏହା ଏକ ବିବାଦରେ ପରିଣତ ହୋଇଥିଲା କାରଣ ପୂର୍ବତନ ଏଲଏସଜି ମେଣ୍ଟର ଗମ୍ଭୀର ଆଫଗାନିସ୍ତାନ ପେସର ସମର୍ଥନରେ ହସ୍ତକ୍ଷେପ କରି କୋହଲିଙ୍କ ସହ ସଂଘର୍ଷ କରିଥିଲେ। ଏହି କାରଣରୁ ତିନିଜଣଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଥିଲା।
ଏକ ୟୁଟ୍ୟୁବ ଚ୍ୟାନେଲରେ କଥାବାର୍ତ୍ତା ବେଳେ ଅମିତ ମିଶ୍ରା କହିଛନ୍ତି , ଗମ୍ଭୀର ହିଁ କୋହଲିଙ୍କ ପାଖକୁ ଯାଇ ଏହି ବିବାଦର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ପରିସ୍ଥିତିର ସମାଧାନ ପାଇଁ କୋହଲି ଆଗକୁ ଆସିବା ଉଚିତ୍ ଥିଲା ବୋଲି ମିଶ୍ରା କହିଛନ୍ତି। ମିଶ୍ରା କହିଛନ୍ତି, ମୁଁ ଗମ୍ଭୀରଙ୍କ ଠାରେ ଏକ ଭଲ ଜିନିଷ ଦେଖିଲି। କୋହଲି ତାଙ୍କ ପାଖକୁ ଯାଇ ନ ଥିଲେ ବରଂ ବିବାଦର ଅନ୍ତ ଘଟାଇବାକୁ ଗମ୍ଭୀର ଆସିଥିଲେ।
The post କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା appeared first on Dharitri Odia News.