ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବିଶେଷ କରି ସେ ରହୁଥିବା ସିଭିଲ ଲାଇନ୍ସର ବଙ୍ଗଳା ନମ୍ବର ୪ ଏବେ ଚର୍ଚ୍ଚା ଘେରକୁ ଆସିଛି। ସ୍ଥାନୀୟ ଲୋକେ ଏହାକୁ ଅଭିଶପ୍ତ ବଙ୍ଗଳା ବୋଲି କହୁଛନ୍ତି। ତେବେ କେବଳ ରାଜକୁମାର ନୁହନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ଏଲଜି ଏବଂ ଅନେକ ମନ୍ତ୍ରୀ ମଧ୍ୟ ଏଠାରେ ରହିଛନ୍ତି। ତେବେ ଆମ ଆଦମୀ […] The post ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌ appeared first on Dharitri Odia News.

ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବିଶେଷ କରି ସେ ରହୁଥିବା ସିଭିଲ ଲାଇନ୍ସର ବଙ୍ଗଳା ନମ୍ବର ୪ ଏବେ ଚର୍ଚ୍ଚା ଘେରକୁ ଆସିଛି। ସ୍ଥାନୀୟ ଲୋକେ ଏହାକୁ ଅଭିଶପ୍ତ ବଙ୍ଗଳା ବୋଲି କହୁଛନ୍ତି। ତେବେ କେବଳ ରାଜକୁମାର ନୁହନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ଏଲଜି ଏବଂ ଅନେକ ମନ୍ତ୍ରୀ ମଧ୍ୟ ଏଠାରେ ରହିଛନ୍ତି। ତେବେ ଆମ ଆଦମୀ ପାର୍ଟିର ଏପରି ଟ୍ରାଜେଡି ଭିତରେ ଏହି ବଙ୍ଗଳା ସମସ୍ତଙ୍କ ନଜର ଘେରକୁ ଆସିଛି।

ମନ୍ତ୍ରୀଙ୍କ ବଙ୍ଗଳା ଏବେ ଏକରକମ ଭୂତିଆ ବଙ୍ଗଳା ହୋଇଯାଇଛି। ବଙ୍ଗଳା ଗେଟରେ ତାଲା ପଡ଼ିବା ସହ କୋଠାରେ କୌଣସି ଲାଇଟ୍‌ ବି ଜଳୁନାହିଁ। କହିରଖୁଛୁ କି, ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ପରେ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଏହି ବଙ୍ଗଳାରେ ରହୁଥିଲେ। କିନ୍ତୁ ସବୁଠାରୁ ତାଜୁବ କରିବା ଭଳି କଥା ହେଉଛି କି, ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କ କାର୍ଯ୍ୟକାଳ ଶେଷ କରିପାରି ନ ଥିଲେ।

ସନ୍ଦୀପ କୁମାର: ୨୦୧୫ରେ ସନ୍ଦୀପ ଦିଲ୍ଲୀର ସୁଲତାନପୁର ମାଜରା ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ସେ ବଳାତ୍କାର ମାମଲାରେ ଗିରଫ ହୋଇଥିଲେ।

ରାଜେନ୍ଦ୍ର ପାଲ ଗୌତମ: ରାଜେନ୍ଦ୍ର ୨୦୨୦ରେ ଆମ ଆଦମୀ ପାର୍ଟି ସରକାରରେ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଥିଲେ। କିନ୍ତୁ ବାବା ସାହେବଙ୍କ ୨୨ଟି ଶପଥକୁର ପ୍ରଚାର କରିବା ଏବଂ ହିନ୍ଦୁ ଦେବତାଙ୍କୁ ବିଶ୍ୱାସ ନ କରିବା ନେଇ ବିବାଦ ଦେବାରୁ ବିବାଦ ଉପୁଜିଥିଲା। ଯାହାଯୋଗୁ ରାଜେନ୍ଦ୍ରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଅକ୍ଟୋବର ୨୦୨୨ରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ରାଜକୁମାର ଆନନ୍ଦ: ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରାଜକୁମାର ଆନନ୍ଦଙ୍କୁ ୨୦୨୨ ମସିହାରେ ମନ୍ତ୍ରୀପଦ ସମ୍ଭାଳି ଥିଲେ। ସେ ୭ଟି ବିଭାଗର ଦାୟିତ୍ୱ ନେଇଥିଲେ। ୨୦୨୩ ନଭେମ୍ବର ୨ରେ, ଇଡି ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ କରିଥିଲା। ତେବେ ମାର୍ଚ୍ଚ ୨୧ରେ କେଜରିୱାଲଙ୍କୁ ଗିରଫ କରାଯିବା ପରେ ଏପ୍ରିଲ ୧୦ରେ ରାଜକୁମାର ଦଳରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ କାମ କରିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ ଆଣିଥିଲେ।

 

The post ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌ appeared first on Dharitri Odia News.