ପରିମଳ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ସଂଘ, ତୃତୀୟ ଲିଙ୍ଗୀ ସଂଗଠନ

ଭୁବନେଶ୍ବର: ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା। ଏଣିକି ଗୋଷ୍ଠୀଗତ ଭାବେ ରକ୍ଷଣାବେକ୍ଷଣ ହେବ ସହରାଞ୍ଚଳ ପରିମଳ ବ୍ୟବସ୍ଥା । ସମାଜର... The post ପରିମଳ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ସଂଘ, ତୃତୀୟ ଲିଙ୍ଗୀ ସଂଗଠନ appeared first on .

ପରିମଳ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ସଂଘ, ତୃତୀୟ ଲିଙ୍ଗୀ ସଂଗଠନ

ଭୁବନେଶ୍ବର: ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା। ଏଣିକି ଗୋଷ୍ଠୀଗତ ଭାବେ ରକ୍ଷଣାବେକ୍ଷଣ ହେବ ସହରାଞ୍ଚଳ ପରିମଳ ବ୍ୟବସ୍ଥା । ସମାଜର ଦୁର୍ବଳଶ୍ରେଣୀ ବର୍ଗକୁ ମିଳିବ ସାମାଜିକ ସ୍ବୀକୃତି। ଭିତ୍ତିଭୂମି ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ଉନ୍ନୟନ ସଂଘ ଓ ତୃତୀୟ ଲିଙ୍ଗୀ ସଂଗଠନ। ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ସହାରଞ୍ଚଳ ଗୋଷ୍ଠୀଗତ ପରିମଳ ନୀତି-୨୦୨୪ ବା OUISP । କଠିନ ହେଉ କି ତରଳ ବର୍ଜ୍ୟବସ୍ତୁ। ସହରାଞ୍ଚଳ ପରିମଳ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ୍। ସଶକ୍ତ ଓ ସୁଦୃଢ଼ ବ୍ୟବସ୍ଥା ଦେବାରେ ଓଡ଼ିଶା ହୋଇଛି ମଡେଲ୍ ରାଜ୍ୟ। ନୂଆ ନୀତିରେ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ସ୍ବଚ୍ଛ ସାଥୀଙ୍କ ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଛି। ସେମାନଙ୍କୁ ବୀମାଭୁକ୍ତ କରିବା ସହିତ ଗୋଷ୍ଠୀଗତ କଲ୍ୟାଣ ପାଇଁ ସୁବିଧା ମିଳିବ। ଖାଲି ସେତିକି ନୁହେଁ, ସହରାଞ୍ଚଳବାସୀଙ୍କୁ ପରିମଳ ଭିତ୍ତିଭୂମି ବିଷୟରେ ସଚେତନ କରିବା ସହିତ ଆଇସି କାର୍ଯ୍ୟକ୍ରମ ଜରିଆରେ ନିଜର ଦାୟିତ୍ବ ସମ୍ପର୍କରେ ଅବଗତ କରାଯିବ। ଖାଲି ସେତିକି ନୁହେଁ ସହରାଞ୍ଚଳ ବାସିନ୍ଦା ନିଜ ମୋବାଇଲ ଆପ୍ ‘ସୁଯୋଗ’ଜରିଆରେ ଅଭିଯୋଗ ଦାଖଲ କରିବା ସହିତ ତାର ଟ୍ରାକିଂ ଓ ପ୍ରତିବିଧାନ ନେଇ ସୂଚନା ପାଇପାରିବେ। ଏଥିପାଇଁ ଓକାକ୍ ଦ୍ବାରା ବିକଶିତ ‘ସୁଯୋଗ’ ଆପକୁ ଅପଡେଟ୍ କରାଯାଉଛି। ଏପରି ଗୋଷ୍ଠୀଗତ ନୀତି ଆଣିବାରେ ଦେଶରେ ଓଡ଼ିଶା ଅନନ୍ୟ।

ନୂଆ ପରିମଳ ନୀତିକୁ ସ୍ବାଗତ କରିଛନ୍ତି ଅର୍ବାନ୍ ପ୍ଲାନର୍ । ପୂର୍ବରୁ ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉନଥିଲା। ସେଥିପାଇଁ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଆଗରୁ ଓଡ଼ିଶା ସରକାର ଅର୍ବାନ୍ ସାନିଟେସନ୍ ନୀତି ୨୦୧୭ ପ୍ରଣୟନ କରିଥିଲେ। ସେ ନୀତି ଆଧାରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ପୂର୍ବରୁ ସାନିଟେସନ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିଲା। ଏବେ ନୂଆ ନୀତିରେ ସେମାନଙ୍କ କଲ୍ୟାଣ ଓ ଜୀବନରକ୍ଷା ପାଇଁ ବୀମା ବ୍ୟବସ୍ଥା ହୋଇଛି। ଏହାଦ୍ବାରା ସେମାନେ ସମ୍ମାନର ସହ କାର୍ଯ୍ୟ କରିବାର ଅଧିକାର ପାଇବେ।…

ଦୁର୍ବିପାକ ଓଡ଼ିଶାର ଚିର ସହଚର । OUISP ନୀତି-୨୦୨୪ରେ ଦୁର୍ବିପାକ ସହନଶୀଳ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ବ୍ୟବସ୍ଥା ରଖାଯାଇଛି। ରକ୍ଷଣାବେକ୍ଷଣ ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ପାଇଁ ଗୋଷ୍ଠୀଗତ ଭାବେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି ସରକାର ।

 

The post ପରିମଳ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ସଂଘ, ତୃତୀୟ ଲିଙ୍ଗୀ ସଂଗଠନ appeared first on .