ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପରାଜୟ ସହିତ ମୁମ୍ବାଇର ଦ୍ରୁତ ବୋଲର ଲୁକ ଉଡ୍‌ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲେ। ପାକିସ୍ତାନ ସୁପର ଲିଗ (ପିଏସଏଲ) ରେ ଚମତ୍କାର ବୋଲିଂ କରିଥିବା ଲୁକ ଉଡ୍‌ ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ମହଙ୍ଗା ବୋଲର ହୋଇଥିଲେ। ପିଏସଏଲ୍‌ରେ […] The post ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌ appeared first on Dharitri Odia News.

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପରାଜୟ ସହିତ ମୁମ୍ବାଇର ଦ୍ରୁତ ବୋଲର ଲୁକ ଉଡ୍‌ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲେ। ପାକିସ୍ତାନ ସୁପର ଲିଗ (ପିଏସଏଲ) ରେ ଚମତ୍କାର ବୋଲିଂ କରିଥିବା ଲୁକ ଉଡ୍‌ ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ମହଙ୍ଗା ବୋଲର ହୋଇଥିଲେ।
ପିଏସଏଲ୍‌ରେ ଚମତ୍କାର ବୋଲିଂ କରିବା ପରେ ଉଡ୍‌ ଆଇପିଏଲକୁ ଆସିଥିଲା। ଅଷ୍ଟ୍ରେଲୀୟ ପେସର ଜେସନ ବେହେରେଣ୍ଡର୍ଫଙ୍କ ବଦଳରେ ମୁମ୍ବାଇ ତାଙ୍କୁ ଦଳରେ ସାମିଲ କରିଥିଲା। କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇ ପାଇଁ ସବୁଠୁ ମହଙ୍ଗା ବୋଲର ହେବାର ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ଦିଲ୍ଲୀ ବୋଲରମାନେ ଉଡ୍‌ଙ୍କୁ ପ୍ରହାର କରିଥିଲେ।

ଉଡ୍‌ ୪ ଓଭରରେ ମୋଟ ୬୮ ରନ ଖର୍ଚ୍ଚ କରିଥିଲା। ଏହି ଅବଧି ମଧ୍ୟରେ ସେ ମାତ୍ର ୧ ଉଇକେଟ ପାଇଥିଲେ। ଉଡ୍‌ ଦକ୍ଷିଣ ଆଫ୍ରିକାର ପେସର୍‌ କ୍ୱେନା ମଫାକାଙ୍କ ରେକର୍ଡ ଭାଙ୍ଗିଛନ୍ତି। ସମାନ ସିଜିନ୍‌ରେ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମାଫାକା ୬୬ ରନ ଦେଇଥିଲେ। ଆଫ୍ରିକୀୟ ପେସରର ଡେବ୍ୟୁ ମ୍ୟାଚ ଥିଲା। ବର୍ତ୍ତମାନ ମଫାକାଙ୍କ ଅଲୋଡା ରେକର୍ଡ ଭାଙ୍ଗି ଉଡ୍‌ ମୁମ୍ବାଇର ସବୁଠୁ ଦାମୀ ବୋଲର ହୋଇପାରିଛି।

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଦାମୀ ବୋଲର

୪ ଓଭରରେ ୬୮ ରନ- ଲୁକ ଉଡ୍‌ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ଦିଲ୍ଲୀ, ୨୦୨୪
୪ ଓଭରରେ ୬୬ ରନ- କ୍ୱେନା ମାଫାକା ବନାମ ସନରାଇଜର୍ସ ହାଇଦ୍ରାବାଦ, ହାଇଦ୍ରାବାଦ, ୨୦୨୪
୪ ଓଭରରେ ୫୮ ରନ- ଲାସିଥ ମାଲିଙ୍ଗା ବନାମ ପଞ୍ଜାବ କିଙ୍ଗସ, ଇନ୍ଦୋର, ୨୦୨୭
୪ ଓଭରରେ ୫୭ ରନ- ଡାନିଏଲ ସାମ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବ୍ରାବୋର୍ନ, ୨୦୨୨

The post ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌ appeared first on Dharitri Odia News.