ଉଦ୍ଧାର କଣ୍ଟେନରରେ ଫାଟ, ବାହାରୁଛି ଖାଦ୍ୟ ପଦାର୍ଥ ଓ ମହମବତୀ

ପୁରୀ ୭।୯: ପୁରୀ ବେଳାଭୂମିରୁ ଉଦ୍ଧାର କଣ୍ଟେନର ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସହ ଏନେଇ ଆଲୋଚନା କରାଯାଇଛି । କଣ୍ଟେନରରେ ଫାଟ ହୋଇଥିବାରୁ ଖାଦ୍ୟ ପଦାର୍ଥ ଓ ମହମବତୀ ବାହାରୁଥିବା ଦେଖିବାକୁ ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେପଟେ ଖୁବ୍‌ଶୀଘ୍ର କଣ୍ଟେନରଟି ଖୋଲିବା ନେଇ ସୂଚନା ମିଳିଛି । କୋଷ୍ଟଗାର୍ଡ ଓ କଷ୍ଟମ ବିଭାଗ ସହ ଆଲୋଚନା ପରେ କଣ୍ଟେନର ଖୋଲାଯିବ । ଗୋଟିଏ ପାର୍ଶ୍ବରେ ଫାଟ ପରେ ଭିତରେ ଥିବା ଜିନିଷପତ୍ର ଦେଖାଯାଉଛି । ଭିତରେ ଖାଦ୍ୟ ସାମଗ୍ରୀ ସହ ଇଞ୍ଜିନ ଅଏଲ ଥିବା ସୂଚନା ମିଳିଛି ।You Can Read:ଗିରଫ ହେଲେ ଜେଲ ସୁପରିନଟେଣ୍ଡେଣ୍ଟ ସତ୍ୟ ପ୍ରକାଶ, ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି

ଉଦ୍ଧାର କଣ୍ଟେନରରେ ଫାଟ, ବାହାରୁଛି ଖାଦ୍ୟ ପଦାର୍ଥ ଓ ମହମବତୀ

ପୁରୀ ୭।୯: ପୁରୀ ବେଳାଭୂମିରୁ ଉଦ୍ଧାର କଣ୍ଟେନର ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସହ ଏନେଇ ଆଲୋଚନା କରାଯାଇଛି । କଣ୍ଟେନରରେ ଫାଟ ହୋଇଥିବାରୁ ଖାଦ୍ୟ ପଦାର୍ଥ ଓ ମହମବତୀ ବାହାରୁଥିବା ଦେଖିବାକୁ ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେପଟେ ଖୁବ୍‌ଶୀଘ୍ର କଣ୍ଟେନରଟି ଖୋଲିବା ନେଇ ସୂଚନା ମିଳିଛି । କୋଷ୍ଟଗାର୍ଡ ଓ କଷ୍ଟମ ବିଭାଗ ସହ ଆଲୋଚନା ପରେ କଣ୍ଟେନର ଖୋଲାଯିବ । ଗୋଟିଏ ପାର୍ଶ୍ବରେ ଫାଟ ପରେ ଭିତରେ ଥିବା ଜିନିଷପତ୍ର ଦେଖାଯାଉଛି । ଭିତରେ ଖାଦ୍ୟ ସାମଗ୍ରୀ ସହ ଇଞ୍ଜିନ ଅଏଲ ଥିବା ସୂଚନା ମିଳିଛି ।

You Can Read:

ଗିରଫ ହେଲେ ଜେଲ ସୁପରିନଟେଣ୍ଡେଣ୍ଟ ସତ୍ୟ ପ୍ରକାଶ, ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି