ପିପିଲିରୁ ୨ ମାସର ଶିଶୁ କନ୍ୟା ଉଦ୍ଧାର, ପ୍ରକୃତ ବାପା-ମା’ଙ୍କୁ ପଚରାଉଚରା କରିବ ପୋଲିସ

ପିପିଲି ୨୫।୧୨: ପିପିଲିରୁ ଦୁଇ ମାସର ଶିଶୁ କନ୍ୟା ଉଦ୍ଧାର । ଶିଶୁ କନ୍ୟାକୁ ଉଦ୍ଧାର କଲା ପୁରୀ ଜିଲ୍ଲା ଶିଶୁ କଲ୍ୟାଣ କମିଟି । ପିପିଲି ବରାଗଡ଼ ଅଞ୍ଚଳ ଅମରେନ୍ଦ୍ର ଦାସଙ୍କ ଘରୁ ଦୁଇ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛି ଜିଲ୍ଲା ସିଡବ୍ଲୁସି । ପୋଲିଓ ଟିକା ଖାଇବାକୁ ଯିବା ସମୟରେ ଘଟଣା ନଜରକୁ ଆସିଥିଲା । ପରେ ଗାଁରେ ପହଞ୍ଚିଥିଲା ଜିଲ୍ଲା ସିଡବ୍ଲୁସି । ଉଦ୍ଧାର ଶିଶୁ କନ୍ୟାକୁ ନୀଳାଚଳ ସେବା ପ୍ରତିଷ୍ଠାନକୁ ପଠାଇଥିବା ବେଳେ ଶିଶୁର ପ୍ରକୃତ ବାପା-ମା’ଙ୍କୁ ଗୁରୁବାର ପଚରାଉଚରା କରାଯିବ ବୋଲି ଜିଲ୍ଲା ଶିଶୁ କଲ୍ୟାଣ କମିଟି କହିଛି । ଅନ୍ୟପଟେ ଶିଶୁଟିକୁ ନିଜ ସମ୍ପର୍କୀୟଙ୍କ ଠାରୁ ଆଣିଥିବା କଥା ଅମରେନ୍ଦ୍ର କହିଛନ୍ତି । ବେଟି ବଚାଓ ବେଟି ବଢ଼ାଓ ସରକାର ନାରା ଦେଉଥିବା ବେଳେ ଝିଅକୁ ସମ୍ପର୍କୀୟଙ୍କ ଠାରୁ ଆଣି ପାଳିଥିବା ଅମରେନ୍ଦ୍ର କହିଛନ୍ତି । ତେବେ ଝିଅର ପ୍ରକୃତ ବାପା-ମା’ ଆସିବା ପର୍ଯ୍ୟନ୍ତ ଅମରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ପୋଲିସ ପଚରା ଉଚରା କରିଥିବା ବେଳେ ଥାନାରେ ହାଜର ହେବା ପାଇଁ ପୋଲିସର ନିର୍ଦ୍ଦେଶ ରହିଛି ।You Can Read:କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ବନ୍ଧୁକ ମାଫିଆ, ବନ୍ଧାହେଲେ ଗ୍ୟାଙ୍ଗ୍‌ର ୫ ସଦସ୍ୟ 

ପିପିଲିରୁ ୨ ମାସର ଶିଶୁ କନ୍ୟା ଉଦ୍ଧାର, ପ୍ରକୃତ ବାପା-ମା’ଙ୍କୁ ପଚରାଉଚରା କରିବ ପୋଲିସ

ପିପିଲି ୨୫।୧୨: ପିପିଲିରୁ ଦୁଇ ମାସର ଶିଶୁ କନ୍ୟା ଉଦ୍ଧାର । ଶିଶୁ କନ୍ୟାକୁ ଉଦ୍ଧାର କଲା ପୁରୀ ଜିଲ୍ଲା ଶିଶୁ କଲ୍ୟାଣ କମିଟି । ପିପିଲି ବରାଗଡ଼ ଅଞ୍ଚଳ ଅମରେନ୍ଦ୍ର ଦାସଙ୍କ ଘରୁ ଦୁଇ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛି ଜିଲ୍ଲା ସିଡବ୍ଲୁସି । ପୋଲିଓ ଟିକା ଖାଇବାକୁ ଯିବା ସମୟରେ ଘଟଣା ନଜରକୁ ଆସିଥିଲା । ପରେ ଗାଁରେ ପହଞ୍ଚିଥିଲା ଜିଲ୍ଲା ସିଡବ୍ଲୁସି । ଉଦ୍ଧାର ଶିଶୁ କନ୍ୟାକୁ ନୀଳାଚଳ ସେବା ପ୍ରତିଷ୍ଠାନକୁ ପଠାଇଥିବା ବେଳେ ଶିଶୁର ପ୍ରକୃତ ବାପା-ମା’ଙ୍କୁ ଗୁରୁବାର ପଚରାଉଚରା କରାଯିବ ବୋଲି ଜିଲ୍ଲା ଶିଶୁ କଲ୍ୟାଣ କମିଟି କହିଛି । 

ଅନ୍ୟପଟେ ଶିଶୁଟିକୁ ନିଜ ସମ୍ପର୍କୀୟଙ୍କ ଠାରୁ ଆଣିଥିବା କଥା ଅମରେନ୍ଦ୍ର କହିଛନ୍ତି । ବେଟି ବଚାଓ ବେଟି ବଢ଼ାଓ ସରକାର ନାରା ଦେଉଥିବା ବେଳେ ଝିଅକୁ ସମ୍ପର୍କୀୟଙ୍କ ଠାରୁ ଆଣି ପାଳିଥିବା ଅମରେନ୍ଦ୍ର କହିଛନ୍ତି । ତେବେ ଝିଅର ପ୍ରକୃତ ବାପା-ମା’ ଆସିବା ପର୍ଯ୍ୟନ୍ତ ଅମରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ପୋଲିସ ପଚରା ଉଚରା କରିଥିବା ବେଳେ ଥାନାରେ ହାଜର ହେବା ପାଇଁ ପୋଲିସର ନିର୍ଦ୍ଦେଶ ରହିଛି ।

You Can Read:

କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ବନ୍ଧୁକ ମାଫିଆ, ବନ୍ଧାହେଲେ ଗ୍ୟାଙ୍ଗ୍‌ର ୫ ସଦସ୍ୟ