G-7 ମିଟିଂ କାଳରେ ହଜିଗଲେ ଜୋ ବାଇଡେନ, ଖୋଜି ଆଣିଲେ ଇଟାଲୀ ପ୍ରଧାନମନ୍ତ୍ରୀ, Video ଭାଇରାଲ

ନୂଆଦିଲ୍ଲୀ ୧୪।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୁପ ଅଫ ସେଭେନ (ଜି-୭) ଶିଖର ସମ୍ମିଳନୀ ଲାଗି ଏବେ ଇଟାଲୀରେ ଅଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓ ରେ ବାଇଡେନ ମିଟିଂ ସ୍ଥଳରୁ ଦୂରକୁ ପଳାଉଥିବା ଦେଖାଯାଉଛନ୍ତି, ଯାହାଙ୍କୁ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ହାତଧରି ଆଣୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏପରି ଭିଡିଓ ବାଇଡେନ ଓ ତାଙ୍କ ପାର୍ଟି ପାଇଁ ଏବେ ଚିନ୍ତାର କାରଣ ମନେ କରାଯାଉଛି। ଭାଇରାଲ ଭିଡିଓରେ ଆମେରିକା ରାଷ୍ଟ୍ରପତିଙ୍କୁ ଜି-୭ ନେତାଙ୍କଠାରୁ ଦୂରକୁ ଚାଲିଯାଉଥିବା ଦେଖାଯାଉଛି। ଭିଡିଓରେ ମେଲୋନୀ ଓ ଜୋ ବାଇଡେନଙ୍କ ବ୍ୟତୀତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ. ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ୍, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲିୟେନ ଓ ଅନ୍ୟ ପ୍ରମୁଖ ନେତାମାନେ ଦେଖାଯାଉଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଜଣେ ୟୁଜର ଭିଡିଓ ସେୟାର କରି ରାଷ୍ଟ୍ରପତି ବାଇଡେନ ଜି-୭ରେ ଛାଡି ପଳାଉଥିବା ଉଲ୍ଲେଖ କରିଛନ୍ତି। JUST IN: President Biden appears to start wandering off at the G7 summit and has to be handled back in.Italian Prime Minister Giorgia Meloni was

G-7 ମିଟିଂ କାଳରେ ହଜିଗଲେ ଜୋ ବାଇଡେନ, ଖୋଜି ଆଣିଲେ ଇଟାଲୀ ପ୍ରଧାନମନ୍ତ୍ରୀ, Video ଭାଇରାଲ

ନୂଆଦିଲ୍ଲୀ ୧୪।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୁପ ଅଫ ସେଭେନ (ଜି-୭) ଶିଖର ସମ୍ମିଳନୀ ଲାଗି ଏବେ ଇଟାଲୀରେ ଅଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓ ରେ ବାଇଡେନ ମିଟିଂ ସ୍ଥଳରୁ ଦୂରକୁ ପଳାଉଥିବା ଦେଖାଯାଉଛନ୍ତି, ଯାହାଙ୍କୁ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ହାତଧରି ଆଣୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏପରି ଭିଡିଓ ବାଇଡେନ ଓ ତାଙ୍କ ପାର୍ଟି ପାଇଁ ଏବେ ଚିନ୍ତାର କାରଣ ମନେ କରାଯାଉଛି। 

ଭାଇରାଲ ଭିଡିଓରେ ଆମେରିକା ରାଷ୍ଟ୍ରପତିଙ୍କୁ ଜି-୭ ନେତାଙ୍କଠାରୁ ଦୂରକୁ ଚାଲିଯାଉଥିବା ଦେଖାଯାଉଛି। ଭିଡିଓରେ ମେଲୋନୀ ଓ ଜୋ ବାଇଡେନଙ୍କ ବ୍ୟତୀତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ. ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ୍, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲିୟେନ ଓ ଅନ୍ୟ ପ୍ରମୁଖ ନେତାମାନେ ଦେଖାଯାଉଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଜଣେ ୟୁଜର ଭିଡିଓ ସେୟାର କରି ରାଷ୍ଟ୍ରପତି ବାଇଡେନ ଜି-୭ରେ ଛାଡି ପଳାଉଥିବା ଉଲ୍ଲେଖ କରିଛନ୍ତି। 


ଭିଡିଓରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କୁ ରାଷ୍ଟ୍ରପତି ବାଇଡେନଙ୍କୁ ହାତ ଧରି ଆଣୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ନେଟିଜେନ୍ସ ବାଇଡେନଙ୍କ ଏପରି ବ୍ୟବହାରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଇଡେନଙ୍କ ବୟସ ଏବେ ୮୧ ବର୍ଷ ଓ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏଥିରେ ସେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ଆଉଥରେ ପ୍ରାର୍ଥୀ ହୋଇପାରୁଛନ୍ତି କି ନା ତାହା ଉପରେ ଏବେ ସମସ୍ତଙ୍କ ନଜର। 


ଏହା ପୂର୍ବରୁ ଜୋ ବାଇଡେନ ଗୁରୁବାର ଜି-୭ ଶିଖର ସମ୍ମିଳନୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ସ୍ୱାଗତର ଅଜବ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଥିଲା। ବାଇଡେନଙ୍କ ଏହି ଇଶାରାର ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଜି-୭ରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ସାମିଲ ଅଛନ୍ତି। ୧୩ରୁ ୧୫ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ତିନିଦିବସୀୟ ସମ୍ମିଳନୀରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏବେ ଇଟାଲୀ ଗସ୍ତରେ ଅଛନ୍ତି।