ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ୪ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ବାଇଁ। ଏହି ଘଟଣାରେ ଆହୁରି ୪ ଜଣ ଜଡ଼ିତ […] The post ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର appeared first on Dharitri Odia News.
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ୪ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ବାଇଁ। ଏହି ଘଟଣାରେ ଆହୁରି ୪ ଜଣ ଜଡ଼ିତ ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା ଚଳାଇଛି।
ସୂଚନାଯୋଗ୍ୟ ଯେ, ଗତମାସ ୨୫ ତାରିଖ ରାତିରେ ପୂଜାରୀ ପ୍ରଦୋଷ ରଞ୍ଜନ ପାଢୀ କାମ ସରିବା ପରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ୨୬ ତାରିଖ ପ୍ରତ୍ୟୁଷରେ ଆସି ଦେଖିବା ବେଳକୁ ମନ୍ଦିରରୁ ଚୋରି ହୋଇଥିବା ଜାଣିଥିଲେ। ଏହାପରେ ମନ୍ଦିର କର୍ମକର୍ତ୍ତା ଶିବ ପ୍ରସାଦ ସାହୁ ଜାଣିବା ପରେ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ୪୫୨/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଥାନା ଅଧିକାରୀ ଜୀବନାନନ୍ଦ ଜେନା ମାମଲାଟିକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ଅଳଙ୍କାର ଚୋରି କରିବା ପରେ ତାକୁ ନେଇ ମନ୍ଦିର ନିକଟରେ ଥିବା କାଜୁ ବଗିଚାରେ ପୋତି ଦେଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଲୁଟ ଅଳଙ୍କାର ମିଳିଥିଲା।
ଚଢାଉରେ ଏସଆଇ ସମିର କୁମାର ସେଠି ଓ ଲଷ୍ମୀଧର ମହାନ୍ତି, ଏଏସଆଇ ସତ୍ୟ ନାରାୟଣ ମଲ୍ଲିକ,ହାବିଲଦାର ଦିଲିପ ରାଉତଙ୍କ, ସମେତ କନେଷ୍ଟବଲ ସନ୍ତୋଷ ନାୟକ, କେ.ପି ରେଡି,ଗଜେନ୍ଦ୍ର ସ୍ବାଇଁ ଅମିତ ବିଶ୍ବାଳ,ଯଶୋବନ୍ତ ମାଝୀ, ରାଜେଶ ମଣ୍ଡଳ ପ୍ରମୁଖ ସାମିଲ ଥିଲେ।
The post ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର appeared first on Dharitri Odia News.