ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌

ଇନ୍ଦୋର,୧୫।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶୂନ ସ୍କୋରରେ ଆଉଟ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ବଲରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକି ତାଙ୍କ ଉଇକେଟ ନେଇଥିଲେ। ଫଳରେ ରୋହିତ ପୁଣି ଥରେ ବାମହାତୀ ଦ୍ରୁତ ବୋଲରଙ୍କ ଶିକାର ହୋଇଥିଲେ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ […] The post ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌ appeared first on Dharitri Odia News.

ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌

ଇନ୍ଦୋର,୧୫।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶୂନ ସ୍କୋରରେ ଆଉଟ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ବଲରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକି ତାଙ୍କ ଉଇକେଟ ନେଇଥିଲେ। ଫଳରେ ରୋହିତ ପୁଣି ଥରେ ବାମହାତୀ ଦ୍ରୁତ ବୋଲରଙ୍କ ଶିକାର ହୋଇଥିଲେ।
ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ ଇଣ୍ଡିଆକୁ ୧୭୩ ରନ୍‌ର ଟାର୍ଗେଟ ଦେଇଥିଲା ଏବଂ ଯଶସ୍ବୀ ଜୟସ୍ବାଲ ପ୍ରଥମ ବଲରେ ଚୌକା ମାରି ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ରୋହିତ ଏହି ଗତି ଜାରି ରଖିବାକୁ ଚାହୁଁଥିଲେ ଏବଂ ପ୍ରଥମ ବଲରେ ଏକ ବଡ ସଟ ଖେଳିବାକୁ ଚେଷ୍ଟା କରିଥିଲେ। ତେବେ ସେ ଏଥିରେ ସଫଳତା ପାଇପାରି ନ ଥିଲେ।
ରୋହିତ ପ୍ରଥମ ବଲରେ ଆଉଟ୍‌ ହୋଇ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଥିଲେ। ଅନ୍ତର୍ଜାତୀୟ ଟି-୨୦ର ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଖେଳାଳି ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୧୨ ଥର ପାଇଁ ଆକାଉଣ୍ଟ ଖୋଲିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗରେ ଆଫଗାନିସ୍ତାନର ପଲ ଷ୍ଟିରଲିଂ

The post ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌ appeared first on Dharitri Odia News.