ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି

ପ୍ରକୃତି ଅତି ବିଚିତ୍ର। ଏଠାରେ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏଥିମଧ୍ୟରୁ କିଛି ଫୁଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏକ ଫୁଲ ଅଛି, ଯାହା ଦେଖିବାକୁ ପକ୍ଷୀ ପରି। ଏହି ଫୁଲର ନାଁ କ୍ରୋଟାଲାରିଆ କନିଙ୍ଗହାମି। ଏହି  ଫୁଲର ପାଖୁଡ଼ାଗୁଡ଼ିକ ଠିକ୍‌ ପକ୍ଷୀ ପରି ଦେଖାଯାଏ, ଯାହା ଦେଖି ଆପଣ ଚକିତ ହୋଇଯିବେ। ଏହି ଫୁଲ ଶୀତ ଏବଂ ବସନ୍ତରେ ଫୁଟିଥାଏ। ଏହି ଗଛ ଗ୍ରୀନ ବାର୍ଡଫ୍ଲାଓ୍ବାର, ବାର୍ଡଫ୍ଲାଓ୍ବାର ରାଟୁଲାପୋ, ପ୍ୟାରୋଟ୍‌ ପି’ କିମ୍ବା ରେଗାଲ ବାର୍ଡଫ୍ଲାଓ୍ବାର ଭଳି […] The post ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି appeared first on Dharitri Odia News.

ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି

ପ୍ରକୃତି ଅତି ବିଚିତ୍ର। ଏଠାରେ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏଥିମଧ୍ୟରୁ କିଛି ଫୁଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏକ ଫୁଲ ଅଛି, ଯାହା ଦେଖିବାକୁ ପକ୍ଷୀ ପରି। ଏହି ଫୁଲର ନାଁ କ୍ରୋଟାଲାରିଆ କନିଙ୍ଗହାମି। ଏହି  ଫୁଲର ପାଖୁଡ଼ାଗୁଡ଼ିକ ଠିକ୍‌ ପକ୍ଷୀ ପରି ଦେଖାଯାଏ, ଯାହା ଦେଖି ଆପଣ ଚକିତ ହୋଇଯିବେ। ଏହି ଫୁଲ ଶୀତ ଏବଂ ବସନ୍ତରେ ଫୁଟିଥାଏ। ଏହି ଗଛ ଗ୍ରୀନ ବାର୍ଡଫ୍ଲାଓ୍ବାର, ବାର୍ଡଫ୍ଲାଓ୍ବାର ରାଟୁଲାପୋ, ପ୍ୟାରୋଟ୍‌ ପି’ କିମ୍ବା ରେଗାଲ ବାର୍ଡଫ୍ଲାଓ୍ବାର ଭଳି ନାମରେ ମଧ୍ୟ ଜଣାଶୁଣା। ଏହି ଫୁଲର ରସ ବହୁତ ଉପକାରୀ ବୋଲି କୁହାଯାଏ। ଏହି ଗଛ ବହୁତ ଶୀଘ୍ର ବଢ଼ିଥାଏ। ବର୍ତ୍ତମାନ ଏହି ଗଛର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ରୋଟାଲାରିଆ ୯ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ। ଏହାର ସବୁଜ ପତ୍ର ଅଛି। ଏହି ଆକର୍ଷଣୀୟ ଫୁଲ ସମଗ୍ର ବିଶ୍ୱରେ ବହୁ ସଂଖ୍ୟକ ପ୍ରଶଂସକଙ୍କୁ ଆକର୍ଷିତ କରିଛି, ଯାହା କ୍ଷୁଦ୍ର ଉଡ଼ୁଥିବା ହମିଂବାର୍ଡମାନଙ୍କ ଶରୀର ପରି ଆକୃତିର। ଏହା ବ୍ୟତୀତ ଫୁଲ ଉପରେ କଳା ସୂକ୍ଷ୍ମ ରେଖା ମଧ୍ୟ ରହିଛି। ଭାଇରାଲ ଫଟୋରେ ଆପଣ ଏହାର ଫୁଲର ଆକାରକୁ ସ୍ପଷ୍ଟ ଭାବରେ ଦେଖିପାରିବେ। ମହୁମାଛି ଏହାର ଫୁଲରେ ମିଳିଥିବା ରସକୁ ପିଅନ୍ତି।

ଏହାର ଅନନ୍ୟ ଫୁଲ ଆକୃତି ହେତୁ ସାଜସଜ୍ଜା ଉଦ୍ଦେଶ୍ୟରେ ଏହି ଫୁଲକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଅଷ୍ଟ୍ରେଲୀୟ ଉଦ୍ଭିଦ ବିଜ୍ଞାନୀ ଆଲାନ କନିଙ୍ଗହାମ୍‌ଙ୍କ ନାମରେ କ୍ରୋଟାଲାରିଆ କନିଙ୍ଗହାମି ନାମିତ ହୋଇଛି। ଯିଏ ପ୍ରଥମେ ୧୮୧୬ରୁ ୧୮୩୯ମଧ୍ୟରେ ଉଦ୍ଭିଦ ବିଷୟରେ ବର୍ଣ୍ଣନା କରିଥିବା ଏକ ରିପୋର୍ଟରୁ ପ୍ରକାଶ। ସେ ଏହାକୁ ଆବିଷ୍କାର କରିଥିଲେ। ଏହାର ରସକୁ ଆଦିବାସୀମାନେ ଆଖି ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର କରିଥିବାର ଜଣାଯାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।

The post ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି appeared first on Dharitri Odia News.