ମିଚେଲ ଷ୍ଟାର୍କଙ୍କୁ ଅଧିନାୟକ ଅକ୍ଷର ପଟେଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୭ା୪: ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷ ମ୍ୟାଚର ଅନ୍ତିମ ଓଭର ଓ ସୁପର ଓଭରରେ ଜବରଦସ୍ତ ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଅଧିନାୟକ ଅକ୍ଷର ପଟେଲ ଖୁବ୍‌ ପ୍ରଶଂସା କରିଛନ୍ତି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୮୯ ରନର ଟାର୍ଗେଟ ପିଛା କରୁଥିବା ରାଜସ୍ଥାନକୁ ଅନ୍ତିମ ଓଭରରେ ୯ ରନ ଦରକାର ଥିଲା। ହେଲେ ସୁପର ଓଭର ସମେତ ଲଗାତର ଦୁଇ ଓଭରରେ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ଦିଲ୍ଲୀକୁ ଏକ ରୋମାଞ୍ଚକ ବିଜୟ ଆଣି […] The post ମିଚେଲ ଷ୍ଟାର୍କଙ୍କୁ ଅଧିନାୟକ ଅକ୍ଷର ପଟେଲଙ୍କ ପ୍ରଶଂସା appeared first on Dharitri Odia News.

ମିଚେଲ ଷ୍ଟାର୍କଙ୍କୁ ଅଧିନାୟକ ଅକ୍ଷର ପଟେଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୭ା୪: ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷ ମ୍ୟାଚର ଅନ୍ତିମ ଓଭର ଓ ସୁପର ଓଭରରେ ଜବରଦସ୍ତ ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଅଧିନାୟକ ଅକ୍ଷର ପଟେଲ ଖୁବ୍‌ ପ୍ରଶଂସା କରିଛନ୍ତି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୮୯ ରନର ଟାର୍ଗେଟ ପିଛା କରୁଥିବା ରାଜସ୍ଥାନକୁ ଅନ୍ତିମ ଓଭରରେ ୯ ରନ ଦରକାର ଥିଲା। ହେଲେ ସୁପର ଓଭର ସମେତ ଲଗାତର ଦୁଇ ଓଭରରେ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ଦିଲ୍ଲୀକୁ ଏକ ରୋମାଞ୍ଚକ ବିଜୟ ଆଣି ଦେଇଥିଲା।

‘ରିଭର୍ସ ସ୍ବିଙ୍ଗ ମିଳିବା ଗୋଟିଏ କଥା। କିନ୍ତୁ ଚାପରେ ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବଲ ରିଭର୍ସ ସ୍ବିଙ୍ଗ କରୁଥିଲା। କିନ୍ତୁ ଚାପରେ ସେ ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରିଥିଲେ। ସୁପର ଓଭର ଓ ଅନ୍ତିମ ଓଭର ବେଳେ ମୁଁ ତାଙ୍କୁ କହିଥିଲି ଯେ, ନିଜ ଉପରେ ଏବଂ ନିଜ ଯୋଜନା ଉପରେ ଭରସା ରଖ। ସେ ପ୍ରତି ଉତ୍ତରରେ କହିଥିଲେ, କ୍ୟାପ୍ଟେନ ଚିନ୍ତା କର ନାହିଁ। ମୁଁ ତାହା ହିଁ କରିବି। ସେ ଯେତେବେଳେ ୧୮ତମ ଓଭର ପକାଇଲେ, ସେ ଖୁବ୍‌ ଭଲ ୟର୍କର ପକାଉଥିଲେ। ବର୍ତ୍ତମାନ ଟି୨୦ ଯେଉଁଭଳି ଖେଳାଯାଉଛି, ତୁମକୁ ପାଓ୍ବରପ୍ଲେରେ ମାଡ଼ ହୋଇପାରେ। କିନ୍ତୁ ଡେଥ୍‌ ଓଭରରେ ତୁମେ କେଉଁ ଭଳି ପ୍ରତ୍ୟାବର୍ତ୍ତନ କରୁଛ, ତାହା ଗୁରୁତ୍ୱପୂର୍ଣ୍ଣ। ଏହା ହିଁ ଦର୍ଶାଉଛି ସେ କାହିଁକି ‘ଏତେ ବଡ଼ ଖେଳାଳି’ ବୋଲି ଅକ୍ଷର ମ୍ୟାଚ୍‌ ପରେ କହିଛନ୍ତି।

The post ମିଚେଲ ଷ୍ଟାର୍କଙ୍କୁ ଅଧିନାୟକ ଅକ୍ଷର ପଟେଲଙ୍କ ପ୍ରଶଂସା appeared first on Dharitri Odia News.