ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ…

ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ ଧରିଥାନ୍ତି। ତେବେ ଏହି ବ୍ରିଫକେସକୁ ନେଇ ବିଭିନ୍ନ ଦାବି କରାଯାଉଛି। କୁହାଯାଉଛି ଯଦି ଏହା କେଉଁଠି ଚାପି ହୋଇଯାଏ ତେବେ କିଛି ମିନିଟ ମଧ୍ୟରେ ପରମାଣୁ ଆକ୍ରମଣ ହୋଇପାରେ। କିନ୍ତୁ ଏହା କ’ଣ ସତ? ଆସନ୍ତୁ […] The post ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ… appeared first on Dharitri Odia News.

ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ…

ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ ଧରିଥାନ୍ତି। ତେବେ ଏହି ବ୍ରିଫକେସକୁ ନେଇ ବିଭିନ୍ନ ଦାବି କରାଯାଉଛି। କୁହାଯାଉଛି ଯଦି ଏହା କେଉଁଠି ଚାପି ହୋଇଯାଏ ତେବେ କିଛି ମିନିଟ ମଧ୍ୟରେ ପରମାଣୁ ଆକ୍ରମଣ ହୋଇପାରେ। କିନ୍ତୁ ଏହା କ’ଣ ସତ? ଆସନ୍ତୁ ଜାଣିବା।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ କୁହାଯାଏ ଯେ ଉଭୟେ ଖାଇବା ପିଇବା ଭୁଲି ପାରିବେ, କିନ୍ତୁ ସେମାନେ ଗସ୍ତ ସମୟରେ ସେମାନଙ୍କ ବ୍ରିଫକେସ ନେବାକୁ ଭୁଲି ପାରିବେ ନାହିଁ। ଆମେରିକୀୟ ବ୍ୟବସ୍ଥାରେ କେବଳ ଦେଶର ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇପାରିବେ। ଏହା ବ୍ୟତୀତ ଅନ୍ୟ କାହାର ଏହି ଅଧିକାର ନାହିଁ। ତେଣୁ, ଆମେରିକାର ରାଷ୍ଟ୍ରପତିଙ୍କ ସହ ଆସୁଥିବା ସ୍ବତନ୍ତ୍ର ଦଳରେ ସର୍ବଦା ପରମାଣୁ ବ୍ରଫକେସ ରହିଥାଏ। ଏହା ପରମାଣୁ ଫୁଟବଲ ଭାବରେ ମଧ୍ୟ ଜଣାଶୁଣା। ଏହି କଳା ଚମଡ଼ାର ବ୍ରିଫକେସ ବାହାରୁ ସୁନ୍ଦର ଦେଖାଯାଇପାରେ କିନ୍ତୁ ଏଥିରେ ସ୍ବତନ୍ତ୍ର ଉପକରଣ ରହିଛି। ରାଷ୍ଟ୍ରପତିଙ୍କ ଗୋଟିଏ ନିର୍ଦ୍ଦେଶରେ କେଇ ମିନିଟ ମଧ୍ୟରେ ପରମାଣୁ ମାଡ କରାଯାଇପାରିବ।

କହିରଖୁଛୁ କି, ଋଷିଆରେ ପରମାଣୁ ଅସ୍ତ୍ରଶସ୍ତ୍ରର ସର୍ବ ବୃହତ ଭଣ୍ଡାର ରହିଛି। ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟଙ୍କ ରିପୋର୍ଟ ଅନୁଯାୟୀ ଋଷିଆାର ୫୯୭୭ପରମାଣୁ ଅସ୍ତ୍ର ରହିଛି। ଯେତେବେଳେ କି ଆମେରିକା ପାଖରେ ୫୪୨୮ ପରମାଣୁ ଅସ୍ତ୍ର ଏବଂ ଚାଇନା ୩୫୦ ପରମାଣୁ ଅସ୍ତ୍ର ରଖିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଶୋଇବା ସମୟରେ ମଧ୍ୟ ଏହି ବ୍ରିଫକେସ ଆମେରିକା-ଋଷିଆ ରାଷ୍ଟ୍ରପତିଙ୍କଠାରୁ ୧୦-୨୦ ମିଟର ବ୍ୟାସାର୍ଦ୍ଧରେ ରଖାଯାଇଥାଏ।

The post ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ… appeared first on Dharitri Odia News.