ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମନ୍ଦିରରୁ ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ ବୁଧବାର ମାମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଯାଇଛନ୍ତି। ବୁଧବାର ସକାଳେ ପୂଜାରୀ ଯେତେବେଳେ ମନ୍ଦିର ଖୋଲିବାକୁ […] The post ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି appeared first on Dharitri Odia News.

ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମନ୍ଦିରରୁ ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ ବୁଧବାର ମାମାମଲା ରୁଜୁ ହୋଇଛି।

ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଯାଇଛନ୍ତି।

ବୁଧବାର ସକାଳେ ପୂଜାରୀ ଯେତେବେଳେ ମନ୍ଦିର ଖୋଲିବାକୁ ଆସିଥିଲେ ସେତେବେଳେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ପଡିଥିବା ସେ ଦେଖିଥିଲେ। ଏହାପରେ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଘଟଣା ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

 

The post ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି appeared first on Dharitri Odia News.