ମାଡ଼ିଆସୁଛି ବାତ୍ୟା ‘ଫେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ରହିଛି। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ଅଧିକାଂଶ ଜିଲାରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି […] The post ମାଡ଼ିଆସୁଛି ବାତ୍ୟା ‘ଫେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ରହିଛି। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ଅଧିକାଂଶ ଜିଲାରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ଲାଗି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ, ଶ୍ରୀଲଙ୍କା ପୂର୍ବ ଉପକୂଳ, ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଓଡ଼ିଶା ଉପକୂଳକୁ କୌଣସି ସତର୍କ ସୂଚନା ନାହିଁ। ତେବେ ରାଜ୍ୟରେ ସକ୍ରିୟ ରହିଥିବା ପାଣିପାଗ ନିୟାମକ ଅନୁସାରେ ପବନ ପ୍ରବାହର ଦିଗ ବଦଳିଛି। ପୂର୍ବଦିଗରୁ ରାଜ୍ୟକୁ ପ୍ରବାହିତ ପବନ ବଙ୍ଗୋପସାଗରରୁ ଜଳୀୟବାଷ୍ପ ସହ ପ୍ରବେଶ କରୁଥିବାରୁ ରାଜ୍ୟରେ ପାଗ ପ୍ରାୟତଃ ମେଘୁଆ ରହୁଛି। ଏହାସହ କିଛି ସ୍ଥାନରୁ ହାଲୁକାରୁ ଅତି ହାଲୁକା ବର୍ଷା ହୋଇଛି। ଶନିବାର ମଧ୍ୟ ପ୍ରାୟ ୫ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ପୁରୀ, କଟକ, ନୟାଗଡ଼, ଯାଜପୁର, ଖୋର୍ଦ୍ଧାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇପାରେ। ଭୁବନେଶ୍ୱରର ମଧ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
The post ମାଡ଼ିଆସୁଛି ବାତ୍ୟା ‘ଫେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ appeared first on Dharitri Odia News.