ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ…

କର୍ଲାମୁଣ୍ଡା,୨୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରି ବିଭିନ୍ନ ଶକ୍ତିର ଉତ୍ସ ପ୍ରଦର୍ଶନ କରିଥିଲେ। ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀରଙ୍କ ଅଧ୍ୟକ୍ଷତାରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ଗହୀର, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାଜୀବ ଲୋଚନ […] The post ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ… appeared first on Dharitri Odia News.

ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ…

କର୍ଲାମୁଣ୍ଡା,୨୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରି ବିଭିନ୍ନ ଶକ୍ତିର ଉତ୍ସ ପ୍ରଦର୍ଶନ କରିଥିଲେ। ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀରଙ୍କ ଅଧ୍ୟକ୍ଷତାରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ଗହୀର, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାଜୀବ ଲୋଚନ ଗହୀର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା, ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, କର୍ଲାମୁଣ୍ଡା ବ୍ଲକ ବିଜ୍ଞାନ ସାଧନ କେନ୍ଦ୍ର ସଭାପତି ଲଳିତ ମୋହନ ସାହୁ, ସମ୍ପାଦକ ସଞ୍ଜୀବ କୁମାର ନାଗ, ସିଆରସିସି ହେମନ୍ତ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ ଆଲୋଚନା କରିବା ସହ କୃତୀ ଛାତ୍ରୀଛାତ୍ରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଚାରକ ଭାବେ କେସିଙ୍ଗା ବ୍ଲକ ବେଲଖଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତପନ କୁମାର ଭୋଇ, ମ. ରାମପୁର ବ୍ଲକ ଗୋଛାଡେଙ୍ଗନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହରେକୃଷ୍ଣ ସାହୁ ଯୋଗ ଦେଇଥିଲେ। ଶିକ୍ଷକ ସୂର୍ଯ୍ୟମଣୀ ଭୋଇ ସଭା ପରିଚାଳନା କରିଥିଲେ।

The post ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ… appeared first on Dharitri Odia News.