ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଜମ୍ମୁ, ୧୧।୯: ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ବସନ୍ତଗଡ଼ ଅଞ୍ଚଳରେ ବୁଧବାର ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ମୃତ ଆତଙ୍କବାଦୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ସହ ଜଡ଼ିତ ବୋଲି ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ସେହିପରି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ […] The post ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ appeared first on Dharitri Odia News.

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଜମ୍ମୁ, ୧୧।୯: ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ବସନ୍ତଗଡ଼ ଅଞ୍ଚଳରେ ବୁଧବାର ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ମୃତ ଆତଙ୍କବାଦୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ସହ ଜଡ଼ିତ ବୋଲି ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ସେହିପରି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ସହ ସଂଲଗ୍ନ ସୀମାରେ ଭାରତୀୟ ସେନା ଆଲର୍ଟ ମୋଡରେ ଥିବା ବିଏସ୍‌ଏଫ୍‌ କହିଛି। ଆସନ୍ତା ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଏହାର ଠିକ୍‌ ପୂର୍ବରୁ ସୁରକ୍ଷାବାହିନୀକୁ ସଫଳତା ମିଳିଛି। ଏବେ ମଧ୍ୟ ଆହୁରି ଆତଙ୍କବାଦୀ ବସନ୍ତଗଡ଼ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ ଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

The post ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ appeared first on Dharitri Odia News.