ପବଜୀ ଖେଳରୁ ପ୍ରେମ, ଏକାଠି ରହିବାକୁ ଆମେରିକାରୁ ଔରୈୟା
ନୂଆଦିଲ୍ଲୀ ୧୨।୦୭; ପବ୍ଜି ଖେଳରୁ ପ୍ରେମ। ପ୍ରେମିକଙ୍କୁ ଭେଟିବାକୁ ଦେଶ ଛାଡ଼ି ଚାଲିଆସିଲେ ପ୍ରେମିକା। ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିକଟରେ ପ୍ରେମିକଙ୍କୁ ଭେଟିବାକୁ ଆମେରିକାରୁ ଉତ୍ତରପ୍ରଦେଶର ଔରୈୟା ପହଞ୍ଚିଥିଲେ ବ୍ରୁକ୍ଲିନ। ପ୍ରେମିକଙ୍କ ସହ ରହିବାକୁ ସେ ଜିଦ୍ ଧରିଲେ ଏଥିପାଇଁ ଗତ ବୁଧବାର ବ୍ରୁକ୍ଲିନ ଏସ୍ପି ଅଫିସ୍ରେ ଚାଲିଥିବା ଜନତା ଦରବାରରେ ଗୁହାରି କରିଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ବ୍ରୁକ୍ଲିନଙ୍କ ଟୁରିଷ୍ଟ୍ ଭିସାର ଯାଞ୍ଚ୍ କରାଯାଇଛି। ଏବେ ଭିସା ବୈଧ ଥିବାରୁ ସେ ଏଠାରେ ରହିପାରିବେ । ଫ୍ଲୋରିଡ଼ା ବାସିନ୍ଦା ୩୦ ବର୍ଷୀୟା ବ୍ରୁକ୍ଲିନ ପବ୍ଜି ଗେମ୍ ଜରିଆରେ ଅଛଲ୍ଦା ଥାନା କ୍ଷେତ୍ରର ହିମାଂଶୁ କଠେରିଆଙ୍କୁ ଭଲପାଇ ବସିଲେ । ଦୁହେଁ ପ୍ରେମରେ ଏମିତି ପାଗଳ ହୋଇଗଲେ ଯେ ବ୍ରୁକ୍ଲିନ ସାତ ଦରିଆ ଡେଇଁ ଭାରତ ଚାଲିଆସିଲେ। ଏଠାରେ ପହଞ୍ଚି ଏସ୍ପିଙ୍କ ଜନତା ଦରବାରରେ ପ୍ରେମିକଙ୍କ ସହ ରହିବାକୁ ଗୁହାରି କଲେ। ଏହା ପରେ ଔରୈୟା ଏସ୍ପି ଚାରୁ ନିଗମ ହିମାଂଶୁଙ୍କ ପରିଜନ ଓ ଗ୍ରାମବାସୀଙ୍କ ସହମତିରେ ବ୍ରୁକ୍ଲିନଙ୍କୁ ହିମାଂଶୁଙ୍କ ସହ ଯିବାକୁ ଦେଲେ । ପୁଲିସ ବିଭାଗ ଅନୁସାରେ, ବ୍ରୁକ୍ଲିନ ଫ୍ଲୋରିଡ଼ାରୁ ୫ ବର୍ଷର ଟୁରିଷ୍ଟ୍ ଭିସାରେ ଭାରତ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଔରୈୟା ଆସିଥିଲେ । ଚଣ୍ଡିଗଡ଼ ଯିବା ସମୟରେ ବସ୍ରେ ତାଙ୍କୁ ପୁଲିସ
ନୂଆଦିଲ୍ଲୀ ୧୨।୦୭; ପବ୍ଜି ଖେଳରୁ ପ୍ରେମ। ପ୍ରେମିକଙ୍କୁ ଭେଟିବାକୁ ଦେଶ ଛାଡ଼ି ଚାଲିଆସିଲେ ପ୍ରେମିକା। ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିକଟରେ ପ୍ରେମିକଙ୍କୁ ଭେଟିବାକୁ ଆମେରିକାରୁ ଉତ୍ତରପ୍ରଦେଶର ଔରୈୟା ପହଞ୍ଚିଥିଲେ ବ୍ରୁକ୍ଲିନ। ପ୍ରେମିକଙ୍କ ସହ ରହିବାକୁ ସେ ଜିଦ୍ ଧରିଲେ ଏଥିପାଇଁ ଗତ ବୁଧବାର ବ୍ରୁକ୍ଲିନ ଏସ୍ପି ଅଫିସ୍ରେ ଚାଲିଥିବା ଜନତା ଦରବାରରେ ଗୁହାରି କରିଥିଲେ।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ବ୍ରୁକ୍ଲିନଙ୍କ ଟୁରିଷ୍ଟ୍ ଭିସାର ଯାଞ୍ଚ୍ କରାଯାଇଛି। ଏବେ ଭିସା ବୈଧ ଥିବାରୁ ସେ ଏଠାରେ ରହିପାରିବେ । ଫ୍ଲୋରିଡ଼ା ବାସିନ୍ଦା ୩୦ ବର୍ଷୀୟା ବ୍ରୁକ୍ଲିନ ପବ୍ଜି ଗେମ୍ ଜରିଆରେ ଅଛଲ୍ଦା ଥାନା କ୍ଷେତ୍ରର ହିମାଂଶୁ କଠେରିଆଙ୍କୁ ଭଲପାଇ ବସିଲେ । ଦୁହେଁ ପ୍ରେମରେ ଏମିତି ପାଗଳ ହୋଇଗଲେ ଯେ ବ୍ରୁକ୍ଲିନ ସାତ ଦରିଆ ଡେଇଁ ଭାରତ ଚାଲିଆସିଲେ। ଏଠାରେ ପହଞ୍ଚି ଏସ୍ପିଙ୍କ ଜନତା ଦରବାରରେ ପ୍ରେମିକଙ୍କ ସହ ରହିବାକୁ ଗୁହାରି କଲେ।
ଏହା ପରେ ଔରୈୟା ଏସ୍ପି ଚାରୁ ନିଗମ ହିମାଂଶୁଙ୍କ ପରିଜନ ଓ ଗ୍ରାମବାସୀଙ୍କ ସହମତିରେ ବ୍ରୁକ୍ଲିନଙ୍କୁ ହିମାଂଶୁଙ୍କ ସହ ଯିବାକୁ ଦେଲେ । ପୁଲିସ ବିଭାଗ ଅନୁସାରେ, ବ୍ରୁକ୍ଲିନ ଫ୍ଲୋରିଡ଼ାରୁ ୫ ବର୍ଷର ଟୁରିଷ୍ଟ୍ ଭିସାରେ ଭାରତ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଔରୈୟା ଆସିଥିଲେ । ଚଣ୍ଡିଗଡ଼ ଯିବା ସମୟରେ ବସ୍ରେ ତାଙ୍କୁ ପୁଲିସ ଧରିଥିଲା ଏବଂ ହିମାଂଶୁଙ୍କୁ ନୋଟିସ୍ ଦେଇ ବ୍ରୁକ୍ଲିନଙ୍କୁ ଚଣ୍ଡିଗଡ଼ ପଠାଇଥିଲା ।