ଉଦ୍ଧାର ହୋଇ ବଲାଙ୍ଗୀର ଫେରୁଛନ୍ତି ଅଙ୍କିତା

ବଲାଙ୍ଗୀର/ବେଲପଡା, ୬ା୨ (ବୀରେନ୍ଦ୍ର କୁମାର ଝାଙ୍କର/ ମନୋଜ କୁମାର ମିଶ୍ର):ତେଲଙ୍ଗାନାର ଏକ ଇଟାଭାଟିରେ ୧୦ବର୍ଷର ଝିଅକୁ ବନ୍ଧକ ରଖାଯିବା ଏବଂ ବଲାଙ୍ଗୀର ଜିଲା ବେଲପଡା ଥାନା ସୁଲେକେଲା ଗାଁରେ ଅସୁସ୍ଥ ବାପାଙ୍କ ମୃତ୍ୟୁ ଖବର ସୋମବାର ଧରିତ୍ରୀ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ଏହି ଖବର ପ୍ରକାଶ ପରେ ଓଡ଼ିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଧରିତ୍ରୀ ଖବର କ୍ଳିପିଂକୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ […] The post ଉଦ୍ଧାର ହୋଇ ବଲାଙ୍ଗୀର ଫେରୁଛନ୍ତି ଅଙ୍କିତା appeared first on Dharitri Odia News.

ଉଦ୍ଧାର ହୋଇ ବଲାଙ୍ଗୀର ଫେରୁଛନ୍ତି ଅଙ୍କିତା

ବଲାଙ୍ଗୀର/ବେଲପଡା, ୬ା୨ (ବୀରେନ୍ଦ୍ର କୁମାର ଝାଙ୍କର/ ମନୋଜ କୁମାର ମିଶ୍ର):ତେଲଙ୍ଗାନାର ଏକ ଇଟାଭାଟିରେ ୧୦ବର୍ଷର ଝିଅକୁ ବନ୍ଧକ ରଖାଯିବା ଏବଂ ବଲାଙ୍ଗୀର ଜିଲା ବେଲପଡା ଥାନା ସୁଲେକେଲା ଗାଁରେ ଅସୁସ୍ଥ ବାପାଙ୍କ ମୃତ୍ୟୁ ଖବର ସୋମବାର ଧରିତ୍ରୀ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ଏହି ଖବର ପ୍ରକାଶ ପରେ ଓଡ଼ିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଧରିତ୍ରୀ ଖବର କ୍ଳିପିଂକୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରାଯାଇଛି। ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ହସ୍ତକ୍ଷେପ ପରେ ଅଙ୍କିତାଙ୍କୁ ସେଠାକାର ପୋଲିସ ସହାୟତାରେ ତେଲଙ୍ଗାନାରୁ ଉଦ୍ଧାର କରାଯାଇଛି। ସୋମବାର ଅପରାହ୍ନରେ ଅଙ୍କିତା ବିଶାଖାପାଟଣାରେ ପହଞ୍ଚତ୍ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତିି। ମଙ୍ଗଳବାର ସେ କଣ୍ଟାବାଞ୍ଜିରେ ପହଞ୍ଚତ୍ବେ ବୋଲି ଜଣାପଡିଛି।
ସାମାଜିକ ଗଣମାଧ୍ୟମ ଏକ୍ସ’ରେ କରାଯାଇଥିବା ପୋଷ୍ଟରେ ବେଲପଡା ବ୍ଳକ୍‌ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ଦୁଇମାସ ତଳେ ୪ଜଣଙ୍କ ସହ ସାତ୍‌ନଗର ଅଞ୍ଚଳକୁ ଦିନମଜୁରିଆଭାବେ ଯାଇଥିଲେ। ସେଠାରେ କାହ୍ନୁ ଅସୁସ୍ଥ ହୋଇପଡିଥିଲେ। ସର୍ଦ୍ଦାର ଚିକିତ୍ସା ବ୍ୟବସ୍ଥା ନ କରି ଓଲଟି ଶ୍ରମିକ ପରିବାରକୁ ନିର୍ଯାତନା ଦେଉଥିଲେ। ପରେ ରୋଗଣା ସ୍ବାମୀ, ସ୍ତ୍ରୀ ଓ ଦୃଷ୍ଟିବାଧିତ ଝିଅକୁ ଗଁାକୁ ପଠାଇଥିଲେ ହେଁ ୧୦ବର୍ଷର ଝିଅ ଅଙ୍କିତାଙ୍କୁ ବନ୍ଧକ ରଖିଥିଲେ ବୋଲି ଉଲ୍ଲେଖ କରାଯାଇଛି। ଉପରୋକ୍ତ ଘଟଣା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅପରପକ୍ଷେ ଜିଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ଏ ସମ୍ପର୍କିତ କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି। ଅଙ୍କିତାଙ୍କୁ ତାଙ୍କ ମାମୁ ଧରି ଆସୁଛନ୍ତି । ଅନ୍ୟ ଯାହା ସୂଚନା ଝିଅ ପହଞ୍ଚତ୍ଲା ପରେ ଜଣାପଡିବ ବୋଲି ସେ କହିଛନ୍ତି। ଶ୍ରମ ବିଭାଗ ସାମାଜିକ ଗଣମାଧ୍ୟମରେ ଝିଅ ବନ୍ଧକ ଥିବା ଉଲ୍ଲେଖ କରିଥିବାବେଳେ ଜିଲା ଶ୍ରମ ଅଧିକାରୀ ସେଠୀ ଝିଅ ତାଙ୍କ ମାମୁଙ୍କ ପାଖରେ ଥିଲା ବୋଲି କହିଛନ୍ତି। ଅନ୍ୟପଟେ ସୋମବାର କାହ୍ନୁ ମଲ୍ଲିକଙ୍କ ଅନ୍ତିମ ସତ୍କାର କରାଯାଇଥିଲା।
ଗତ ଜାନୁୟାରୀ ମାସରେ ତୁରେକେଲା ତେତେଲଖୁଣ୍ଟୁ ଗାଁର ଦାଦନ ସର୍ଦ୍ଦାର ସମାରୁ ନାଏକ ୭୮ ହଜାର ଟଙ୍କା ଦେଇ କାହ୍ନୁ ମଲ୍ଲିକ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା, ଦୁଇ ଝିଅକୁ ତେଲଙ୍ଗାନାର ଇଟାଭାଟିକୁ କାମ କରିବାକୁ ନେଇଥିଲେ। ସେଠାରେ ଢ଼େର ଅଧିକ କାମ କରି କାହ୍ନୁ ଅସୁସ୍ଥ ହୋଇପଡିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ସେଠାରୁ ଘରକୁ ଫେରିବାକୁ ଚାହିଁବାରୁ ସାନ ଝିଅ ଅଙ୍କିତାଙ୍କୁ ଇଟାଭାଟି ମାଲିକ ବନ୍ଧକ ରଖିଥିଲେ। ଘରକୁ ଫେରିବା ପରେ କାହ୍ନୁଙ୍କ ରବିବାର ମୃତ୍ୟୁ ଘଟିଥିଲା। ଶନିବାର ଜମି ବନ୍ଧକ ରଖି କାହ୍ନୁ ଝିଅ ମୁକୁଳାଇବା ପାଇଁ ଦାଦନ ସର୍ଦ୍ଦାରଙ୍କୁ ୫୦ ହଜାର ଟଙ୍କା ଫୋନ୍‌ ପେ’ରେ ପଠାଇଥିଲେ।

The post ଉଦ୍ଧାର ହୋଇ ବଲାଙ୍ଗୀର ଫେରୁଛନ୍ତି ଅଙ୍କିତା appeared first on Dharitri Odia News.