ଉଦୟପୁର ଛୁରାମାଡ଼ ଘଟଣାରେ କଡ଼ା ଆକ୍ସନ; ଅଭିଯୁକ୍ତ ଛାତ୍ରଙ୍କ ଘର ଉପରେ ଚଢ଼ିଲା ବୁଲଡୋଜର
ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁର ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ । ଖାଞ୍ଜିପୀର ଅଞ୍ଚଳର ଦିଓ୍ବାନଶାହ କଲୋନୀରେ ଭାଙ୍ଗିଲା ବେଆଇନ ନିର୍ମାଣ । ଭଜନଲାଲ ସରକାର ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଢ଼ାଇଛନ୍ତି । ପୋଲିସ ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାମ ହୋଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଉଦୟପୁର ସହରର ଭଟ୍ଟିଆନି ଚୌହଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ଦୁଇ ଛାତ୍ରଙ୍କ କଥା କଟାକଟିରୁ ଏହି ଅଭାବନୀୟ ଘଟଣା ଘଟିଛି । ଝଗଡ଼ା ଏବେ ତୀବ୍ର ରୁପ ଧାରଣ କରିଥିଲା ଯେ ଜଣେ ଛାତ୍ର ଅନ୍ୟ ଜଣଙ୍କ ଉପରେ ଛୁରିରେ ଆକ୍ରମଣ କରିବାକୁ ପଛେଇ ନଥିଲେ । ଏହି ଘଟଣାକୁ ନେଇ ଉଦୟପୁରରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ରାସ୍ତା ଉପରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଥର ମାଡ଼ କରିବା ସହିତ ଭଙ୍ଗାରୁଜା କରିଥିଲେ । ହିଂସାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ସ୍ଥାନୀୟ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ତେବେ ଆଜି ପ୍ରଶାସନ ପକ୍ଷରୁ ହିଂସାକାରୀ ଦ୍ବାରା ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଭଙ୍ଗା ଯ
ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁର ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ । ଖାଞ୍ଜିପୀର ଅଞ୍ଚଳର ଦିଓ୍ବାନଶାହ କଲୋନୀରେ ଭାଙ୍ଗିଲା ବେଆଇନ ନିର୍ମାଣ । ଭଜନଲାଲ ସରକାର ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଢ଼ାଇଛନ୍ତି । ପୋଲିସ ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାମ ହୋଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଉଦୟପୁର ସହରର ଭଟ୍ଟିଆନି ଚୌହଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ଦୁଇ ଛାତ୍ରଙ୍କ କଥା କଟାକଟିରୁ ଏହି ଅଭାବନୀୟ ଘଟଣା ଘଟିଛି । ଝଗଡ଼ା ଏବେ ତୀବ୍ର ରୁପ ଧାରଣ କରିଥିଲା ଯେ ଜଣେ ଛାତ୍ର ଅନ୍ୟ ଜଣଙ୍କ ଉପରେ ଛୁରିରେ ଆକ୍ରମଣ କରିବାକୁ ପଛେଇ ନଥିଲେ ।
ଏହି ଘଟଣାକୁ ନେଇ ଉଦୟପୁରରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ରାସ୍ତା ଉପରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଥର ମାଡ଼ କରିବା ସହିତ ଭଙ୍ଗାରୁଜା କରିଥିଲେ । ହିଂସାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ସ୍ଥାନୀୟ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ତେବେ ଆଜି ପ୍ରଶାସନ ପକ୍ଷରୁ ହିଂସାକାରୀ ଦ୍ବାରା ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି । ଭଜନଲାଲ୍ ପ୍ରଶାସନ ବେଆଇନ ନିର୍ମାଣ ଉପରେ ଶକ୍ତ ପ୍ରହାର କରିଛି । ବୁଲଡୋଜର ଚଢ଼ାଇ ସମସ୍ତ ନିର୍ମାଣକୁ ଭଙ୍ଗା ଯାଇଛି...