ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫
ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ର ଇଡି ସେଲ୍ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡ. ଅମରେଶ ପଣ୍ଡା, କିଟ୍ ଟି ବି ଆଇ ପ୍ରମୁଖ, କୁଳପତି ବିଭୂତି ଭୂଷଣ ବିଶ୍ୱାଳ, ପ୍ରଫେସର ରଞ୍ଜନ କୁମାର ପ୍ରଧାନ, ଡିନ୍ ଷ୍ଟୁଡେଣ୍ଟ୍ ୱେଲଫେୟାର ପ୍ରଫେସର […] The post ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫ appeared first on Dharitri Odia News.
ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ର ଇଡି ସେଲ୍ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡ. ଅମରେଶ ପଣ୍ଡା, କିଟ୍ ଟି ବି ଆଇ ପ୍ରମୁଖ, କୁଳପତି ବିଭୂତି ଭୂଷଣ ବିଶ୍ୱାଳ, ପ୍ରଫେସର ରଞ୍ଜନ କୁମାର ପ୍ରଧାନ, ଡିନ୍ ଷ୍ଟୁଡେଣ୍ଟ୍ ୱେଲଫେୟାର ପ୍ରଫେସର ଜିବିତେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କୋକୋବଡ ଫାଉଣ୍ଡର ଆର୍ଯ୍ୟମାନ ଦାସ, ନ୍ୟୁ ରୂପ ଟେକ ଫାଉଣ୍ଡର୍ ଅନୁପ ପାଇକରାୟ, ପ୍ଲାଣ୍ଟରୀ ଫାଉଣ୍ଡର୍ ଅଭିଷେକ ମହାପାତ୍ର, ୟାଇ ଥ୍ରୀ ଏକ୍ସ ଫାଉଣ୍ଡର୍ ଶୁଭମ ଜେନା ପ୍ରମୁଖ ଉପସ୍ଥିତ ରହି ଇନଭେଷ୍ଟ ଉପରେ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହ ପିଚ୍ ୱାର, ଆଇପିଏଲ ଅକ୍ସନ, ବି ପ୍ଲାନ୍, ମାର୍କେଟିଅର୍ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ଭିନ୍ନ ଭିନ୍ନ କଲେଜରୁ ଅନେକ ପ୍ରତିଯୋଗୀ ଯୋଗ ଦେଇଥିଲେ।
ଉଦଯାପନୀ ସାରେ ଭୁବନେଶ୍ୱର ପ୍ରତିଷ୍ଠିତ ପ୍ରଥମ ବୟନ ଶିଳ୍ପ ସେଡ୍ରାଫିଲ ନିର୍ଦ୍ଦେଶକ ମୁକେଶ ନାୟକ ଯୋଗ ଦେଇଥିଲେ। ଏଥି ସହିତ ବିଶ୍ୱବିଦ୍ୟାଳୟର ଟି ପି ଓ ବିଭୁ ପ୍ରସାଦ ଦାସ, ପ୍ରଫେସର ସୁଧାଂଶୁ ଶେଖର ସାହୁ, ପ୍ରଫେସର ରଞ୍ଜନ କୁମାର ପ୍ରଧାନ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
The post ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫ appeared first on Dharitri Odia News.