Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଭାରତ ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ସିନି ଶେଟ୍ଟୀ ଭାରତର ପ୍ରତିନିଧିତ୍ୱ କରି ଏହାକୁ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ କରିଥିଲେ ଏବଂ ଏହା ପରେ ତାଙ୍କୁ ହଟାଇ ଦିଆଯାଇଥିଲା। ୨୦୦୦ରେ […] The post Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା appeared first on Dharitri Odia News.

Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଭାରତ ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ସିନି ଶେଟ୍ଟୀ ଭାରତର ପ୍ରତିନିଧିତ୍ୱ କରି ଏହାକୁ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ କରିଥିଲେ ଏବଂ ଏହା ପରେ ତାଙ୍କୁ ହଟାଇ ଦିଆଯାଇଥିଲା। ୨୦୦୦ରେ ମିସ୍‌ ୱାଲର୍‌ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଥିଲେ। ଏହି ଭିଡିଓରେ ସେ ମିସ୍‌ ୱାଲର୍‌ଡ ଅର୍ଗାନାଇଜେଶନର ସଭାପତି ତଥା ସିଇଓ ଜୁଲିଆ ମୋର୍ଲି ଏବଂ ନୀତା ଅମ୍ବାନୀଙ୍କୁ ପ୍ରଶଂସା କରିଛନ୍ତି।

୭୧ ତମ ମିସ୍‌ ଓ୍ବାଲର୍‌ଡ ୨୦୨୪ରେ ନୀତା ଅମ୍ବାନୀଙ୍କୁ ‘ହ୍ୟୁମାନେଟେରିଆନ ଆଓ୍ବାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଭଳି ପରିସ୍ଥିତିରେ ପ୍ରିୟଙ୍କା ତାଙ୍କୁ ପ୍ରଶଂସା କରି କହିଥିଲେ, ଗତ କିଛି ବର୍ଷ ହେବ ନୀତାଙ୍କୁ ଜାଣିବାର ସୌଭାଗ୍ୟ ପାଇଛି। ସେ ଜଣେ ଯିଏକି ମୁଁ ସବୁକିଛି ପାଇଁ ପ୍ରଶଂସା କରେ। ବର୍ଷ ବର୍ଷ ଧରି, ମୁଁ ତାଙ୍କର ବିଭିନ୍ନ ପ୍ରୟାସ ମାଧ୍ୟମରେ ଅନେକ କଥା ଉପରେ ତାଙ୍କର ଗଭୀର ପ୍ରଭାବ ଦେଖିଛି। ସେ ଭାରତର କଳାର ଜଣେ ସମର୍ଥକ ଏବଂ ରକ୍ଷକ।

The post Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା appeared first on Dharitri Odia News.