ବିଶ୍ବସ୍ତରୀୟ ହେବ ଓଡିଶାର ଜାମୁଝରି ଜେଲ୍, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୨।୩: ବିଶ୍ବସ୍ତରୀୟ ହେବ ଓଡିଶାର ଜାମୁଝରି ଜେଲ୍ । ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଠାରେ ଏହି ସବୁଜବଳୟ ନୂତନ ଆଦର୍ଶ ଜେଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜେଲର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତର ସବୁଠାରୁ ବଡ଼ ନୂଆ ମଡେଲ ଜେଲ୍ ହେବାକୁ ଯାଉଛି ଏହି ଜେଲ୍ । ୩୫ ଏକର ବିଶିଷ୍ଟ ଜମିରେ ନିର୍ମାଣ ହେବାକୁ ଥିବା ଏହି ମଡେଲ ଜେଲ୍ ବା ନୂତନ ଆଦର୍ଶ କାରାଗାର ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦ ହୋଇଛି । ଏହି ଜେଲରେ କଏଦୀଙ୍କୁ ଦଣ୍ଡ ପରିବର୍ତ୍ତେ ସଂସ୍କାର ସ୍ଥାନ ଭାବରେ ରହିବ । ମହିଳା ଏବଂ ପୁରୁଷ ୱାର୍ଡ ଭିନ୍ନ ଭିନ୍ନ ରହିଛି । ବର୍ତ୍ତମାନ ୨୫୦୦ କାପାସିଟିରେ କଏଦୀ ରହିବାର ବ୍ୟବସ୍ଥା ହେଉଛି ।  ଭବିଷ୍ୟତରେ ୫୦୦୦ କଏଦୀଙ୍କ ପାଇଁ ରହିବାକୁ ଯୋଜନା ରହିଛି । ଜେଲ୍ ପରିସରରେ ହସ୍ପିଟାଲ୍, ରୋଷେଇ ଘର, ଗୋଦାମ ଘର, ଫ୍ୟାକ୍ଟ୍ରି ବ୍ଲକ, ପ୍ରଶାସନିକ ଭବନ, ଏପରିକି ଇ-କୋର୍ଟ, ହାଇ ସିକ୍ୟୁରିଟି ସେଲ୍, କଏଦୀ ପରିବାର ଲୋକଙ୍କୁ ସାକ୍ଷାତ ସୁବିଧା, ଏକାଧିକ ଭି.ସି. ବ୍ୟବସ୍ଥା, ଉନ୍ନତ ଟିଆଇ ରୁମ, ବୟୋମେଟ୍ରିକ ଆଧାରିତ କ୍ୟାଣ୍ଟିନ, କାରାଗାରରେ ମାର୍କେଟ ବ୍ୟବସ୍ଥା, ଟେକ୍ନୋଲଜି ମାଧ୍ୟମରେ ସ୍ୱଚ୍ଛତା, ଶକ୍ତି ସାରାଂକ୍ଷଣ ଏବଂ ସବୁଜ ବଳୟ ଏତଦ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ଶାରୀରିକ ବ୍ୟାୟାମ, ଜିମ୍, ଯୋଗ, ଧ୍ୟାନ ଭଳି ବହ

ବିଶ୍ବସ୍ତରୀୟ ହେବ ଓଡିଶାର ଜାମୁଝରି ଜେଲ୍, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୨୩: ବିଶ୍ବସ୍ତରୀୟ ହେବ ଓଡିଶାର ଜାମୁଝରି ଜେଲ୍ । ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଠାରେ ଏହି ସବୁଜବଳୟ ନୂତନ ଆଦର୍ଶ ଜେଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜେଲର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତର ସବୁଠାରୁ ବଡ଼ ନୂଆ ମଡେଲ ଜେଲ୍ ହେବାକୁ ଯାଉଛି ଏହି ଜେଲ୍ । ୩୫ ଏକର ବିଶିଷ୍ଟ ଜମିରେ ନିର୍ମାଣ ହେବାକୁ ଥିବା ଏହି ମଡେଲ ଜେଲ୍ ବା ନୂତନ ଆଦର୍ଶ କାରାଗାର ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦ ହୋଇଛି । ଏହି ଜେଲରେ କଏଦୀଙ୍କୁ ଦଣ୍ଡ ପରିବର୍ତ୍ତେ ସଂସ୍କାର ସ୍ଥାନ ଭାବରେ ରହିବ । ମହିଳା ଏବଂ ପୁରୁଷ ୱାର୍ଡ ଭିନ୍ନ ଭିନ୍ନ ରହିଛି । ବର୍ତ୍ତମାନ ୨୫୦୦ କାପାସିଟିରେ କଏଦୀ ରହିବାର ବ୍ୟବସ୍ଥା ହେଉଛି ।  ଭବିଷ୍ୟତରେ ୫୦୦୦ କଏଦୀଙ୍କ ପାଇଁ ରହିବାକୁ ଯୋଜନା ରହିଛି । 

ଜେଲ୍ ପରିସରରେ ହସ୍ପିଟାଲ୍, ରୋଷେଇ ଘର, ଗୋଦାମ ଘର, ଫ୍ୟାକ୍ଟ୍ରି ବ୍ଲକ, ପ୍ରଶାସନିକ ଭବନ, ଏପରିକି ଇ-କୋର୍ଟ, ହାଇ ସିକ୍ୟୁରିଟି ସେଲ୍, କଏଦୀ ପରିବାର ଲୋକଙ୍କୁ ସାକ୍ଷାତ ସୁବିଧା, ଏକାଧିକ ଭି.ସି. ବ୍ୟବସ୍ଥା, ଉନ୍ନତ ଟିଆଇ ରୁମ, ବୟୋମେଟ୍ରିକ ଆଧାରିତ କ୍ୟାଣ୍ଟିନ, କାରାଗାରରେ ମାର୍କେଟ ବ୍ୟବସ୍ଥା, ଟେକ୍ନୋଲଜି ମାଧ୍ୟମରେ ସ୍ୱଚ୍ଛତା, ଶକ୍ତି ସାରାଂକ୍ଷଣ ଏବଂ ସବୁଜ ବଳୟ ଏତଦ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ଶାରୀରିକ ବ୍ୟାୟାମ, ଜିମ୍, ଯୋଗ, ଧ୍ୟାନ ଭଳି ବହୁ ସୁବିଧା ରହିଛି । 

ଏହି ଜେଲ୍‌ର ଭିତ୍ତିପ୍ରସ୍ତର ଉଦଘାଟନ ସମୟରେ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଆମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।