ଉଦୟପୁର ସ୍କୁଲରେ ଗଣ୍ଡଗୋଳ ପରେ ବ୍ୟାପିଲା ହିଂସା, ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍କୁଲ ଓ କଲେଜ ଛୁଟି

ରାଜସ୍ଥାନ ୧୭/୦୮: ରାଜସ୍ଥାନ ଉଦୟପୁରରେ ଘଟିଥିବା ଘଟଣା ସମଗ୍ର ଦେଶକୁ ଚକିତ କରି ରଖିଛି। ଉଗ୍ର ରୂପ ନେଇଛି ସହପାଠୀକୁ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣ ଘଟଣା । ଏହି ଘଟଣା ଏବେ ହିଂସାର ରୂପ ନେଇଛି । ସହରର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହୋଇଛି । ଦୁର୍ବୃତ୍ତମାନେ କାରରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ସହରରେ ଲାଗୁ ହୋଇଛି ୧୪୪ ଧାରା । ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଏମିତିକି ରହିଛି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ (ବେସରକାରୀ ଏବଂ ସରକାରୀ) ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଆହୁରି ବି କୁହାଯାଇଛି ଯଦି ଏହି ନିୟମରେ କେହି ଖିଲାପ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । #WATCH | Udaipur, Rajasthan: Force deployed in the city after a clash broke out between two groups. The Udaipur district administration has imposed Section 144 to maintain law and order here.The district administration has issued an order to shut down the internet for 24 hours… pic.twitter.com/Iv0p7FOhbK— ANI MP/CG/Rajasthan (@A

ଉଦୟପୁର ସ୍କୁଲରେ ଗଣ୍ଡଗୋଳ ପରେ ବ୍ୟାପିଲା ହିଂସା, ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍କୁଲ ଓ କଲେଜ ଛୁଟି

ରାଜସ୍ଥାନ ୧୭/୦୮: ରାଜସ୍ଥାନ ଉଦୟପୁରରେ ଘଟିଥିବା ଘଟଣା ସମଗ୍ର ଦେଶକୁ ଚକିତ କରି ରଖିଛି। ଉଗ୍ର ରୂପ ନେଇଛି ସହପାଠୀକୁ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣ ଘଟଣା । ଏହି ଘଟଣା ଏବେ ହିଂସାର ରୂପ ନେଇଛି । ସହରର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହୋଇଛି । ଦୁର୍ବୃତ୍ତମାନେ କାରରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ସହରରେ ଲାଗୁ ହୋଇଛି ୧୪୪ ଧାରା । 

ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଏମିତିକି ରହିଛି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ (ବେସରକାରୀ ଏବଂ ସରକାରୀ) ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଆହୁରି ବି କୁହାଯାଇଛି ଯଦି ଏହି ନିୟମରେ କେହି ଖିଲାପ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସୂଚନା ଥାଉକି, ସହରର ସୁରଜପୋଲ ପୋଲିସ ଷ୍ଟେସନ ଅଞ୍ଚଳର ଭଟ୍ଟିଆନି ଚୌହଟାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଥିଲା ଅଭାବନୀୟ ଘଟଣା । ଜଣେ ଦଶମ ପାଠ ପଢୁଥିବା ଛାତ୍ର ଅନ୍ୟ ଜଣେ ଛାତ୍ରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ଆହତ ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । କହିବାକୁ ଗଲେ କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ନେଇଥିଲା ଯେ, ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲା । 

ଆଉ ଏହି ଘଟଣା ପରେ ଉଦୟପୁରରେ ଉତ୍ତେଜନା ଦେଖାଦେଇଥିଲା । କୌଣସି ପ୍ରକାର ହିଂସାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର କଲେକ୍ଟର ଘଟଣାସ୍ଥଳରେ ପହଂଚି ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ, କିଛି ପ୍ରସଙ୍ଗରେ ଦୁଇ ଛାତ୍ରଙ୍କ ମଧ୍ୟରେ fight ଗଡା ହୋଇଥିଲା।