ଅଧିର ରଞ୍ଜନ ଚୌଧୁରୀ ଛାଡିଲେ ବେଙ୍ଗଲ କଂଗ୍ରେସର ଦାୟିତ୍ୱ, ଜାଣନ୍ତୁ କହିଲେ କ’ଣ?

କୋଲକାତା ୧୪।୬: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ ପଦରୁ ଇସ୍ତଫା ଦେଇଛନ୍ତି। ସୂତ୍ର ଅନୁସାରେ ସେ ପାର୍ଟି ହାଇକମାଣ୍ଡଙ୍କୁ ଜଣାଇଛନ୍ତି ଯେ ଯେତେବଳେ ମମତା ବାନାର୍ଜୀଙ୍କ ସହ ପାର୍ଟିର ଆଲୋଚନା ଚାଲିଥିଲା ସେତେବେଳେ ବି ମୁଁ ଇସ୍ତଫା ଦେଇଥିଲି, ହେଲେ ମୋତେ ଅଟକାଇ ଦିଆଯାଇଥିଲା। ଏବେ ନିର୍ବାଚନ ଶେଷ ହୋଇଛି ଏଣୁ ମୋ ଇସ୍ତଫା ସ୍ୱୀକାର କରି ନିଅନ୍ତୁ ବୋଲି ଚୌଧୁରୀ କହିଛନ୍ତି। ଅଧିର ରଞ୍ଜନ ଚୌଧୁରୀ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳ ନେତା ଥିଲେ। ଗତ ସାଧାରଣ ନିର୍ବାଚନରେ ସେ ପଶ୍ଚିମବଙ୍ଗ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ତେବେ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି। ନିର୍ବାଚନରେ ୟୁସୁଫ ପଠାନଙ୍କୁ ୫,୨୪,୫୧୬ଟି ଭୋଟ ମିଳିଥିବା ବେଳେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀଙ୍କୁ ୪,୩୯,୪୯୪ଟି ଭୋଟ ମିଳିଛି। ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ ରାଜନୀତିରେ ଏକ ଜଣାଶୁଣା ନାଁ। ସେ ଦୀର୍ଘ ବର୍ଷରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ବିପକ୍ଷରେ ଲଢି ଆସୁଛନ୍ତି। ତେବେ ପାର୍ଟି ହାଇକମାଣ୍ଡଙ୍କ ସହ ଅଧିରଙ୍କ ମତପାର୍ଥକ୍ୟ କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବେଙ୍ଗଲରେ କଂଗ୍ରେସ ମମତା ବାନାର୍ଜୀଙ୍କ ପାର୍ଟି ସହ ମେଣ୍ଟ କରିବାକୁ ଆଲୋଚନା କରୁଥିଲା। ଅଧିର ରଞ୍ଜନ ଚୌଧୁରୀ ରାଜ୍ୟରେ ଟିଏମସି ସହ ମେଣ୍ଟ ସ

ଅଧିର ରଞ୍ଜନ ଚୌଧୁରୀ ଛାଡିଲେ ବେଙ୍ଗଲ କଂଗ୍ରେସର ଦାୟିତ୍ୱ, ଜାଣନ୍ତୁ କହିଲେ କ’ଣ?

କୋଲକାତା ୧୪।୬: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ ପଦରୁ ଇସ୍ତଫା ଦେଇଛନ୍ତି। ସୂତ୍ର ଅନୁସାରେ ସେ ପାର୍ଟି ହାଇକମାଣ୍ଡଙ୍କୁ ଜଣାଇଛନ୍ତି ଯେ ଯେତେବଳେ ମମତା ବାନାର୍ଜୀଙ୍କ ସହ ପାର୍ଟିର ଆଲୋଚନା ଚାଲିଥିଲା ସେତେବେଳେ ବି ମୁଁ ଇସ୍ତଫା ଦେଇଥିଲି, ହେଲେ ମୋତେ ଅଟକାଇ ଦିଆଯାଇଥିଲା। ଏବେ ନିର୍ବାଚନ ଶେଷ ହୋଇଛି ଏଣୁ ମୋ ଇସ୍ତଫା ସ୍ୱୀକାର କରି ନିଅନ୍ତୁ ବୋଲି ଚୌଧୁରୀ କହିଛନ୍ତି। 

ଅଧିର ରଞ୍ଜନ ଚୌଧୁରୀ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳ ନେତା ଥିଲେ। ଗତ ସାଧାରଣ ନିର୍ବାଚନରେ ସେ ପଶ୍ଚିମବଙ୍ଗ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ତେବେ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି। ନିର୍ବାଚନରେ ୟୁସୁଫ ପଠାନଙ୍କୁ ୫,୨୪,୫୧୬ଟି ଭୋଟ ମିଳିଥିବା ବେଳେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀଙ୍କୁ ୪,୩୯,୪୯୪ଟି ଭୋଟ ମିଳିଛି। 

ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ ରାଜନୀତିରେ ଏକ ଜଣାଶୁଣା ନାଁ। ସେ ଦୀର୍ଘ ବର୍ଷରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ବିପକ୍ଷରେ ଲଢି ଆସୁଛନ୍ତି। ତେବେ ପାର୍ଟି ହାଇକମାଣ୍ଡଙ୍କ ସହ ଅଧିରଙ୍କ ମତପାର୍ଥକ୍ୟ କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବେଙ୍ଗଲରେ କଂଗ୍ରେସ ମମତା ବାନାର୍ଜୀଙ୍କ ପାର୍ଟି ସହ ମେଣ୍ଟ କରିବାକୁ ଆଲୋଚନା କରୁଥିଲା। ଅଧିର ରଞ୍ଜନ ଚୌଧୁରୀ ରାଜ୍ୟରେ ଟିଏମସି ସହ ମେଣ୍ଟ ସପକ୍ଷରେ ନଥିଲେ।