ଉପ-ନିର୍ବାଚନ ଲଢିବେ କଳ୍ପନା ସୋରେନ୍, ମେ ୨୦ ରେ ଭାଗ୍ୟ ପରୀକ୍ଷା

ରାଞ୍ଚି ୨୬/୦୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କର ପତ୍ନୀ କଳ୍ପନା ସୋରେନ୍‌ ଗିରିଡ଼ିହ ଜିଲ୍ଲାର ଗାଣ୍ଡେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି । ଜେଏମ୍‌ଏମ୍‌ ବିଧାୟକ ସରଫରାଜ୍‌ ଅହମ୍ମଦଙ୍କ ଇସ୍ତଫା ପରେ ଗାଣ୍ଡେୟ ବିଧାନସଭା ଆସନଟି ଖାଲି ପଡି଼ଥିଲା । ମେ ୨୦ରେ ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଜମି ଦୁର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରାଯିବା ପରେ କଳ୍ପନା ରାଜନୀତି କ୍ଷେତ୍ରକୁ ପ୍ରବେଶ କରିଥିଲେ । ‘ଇଣ୍ଡିଆ’ ମେଣ୍ଟର ମିଳିତ ରାଲିରେ ତାଙ୍କର ଉପସ୍ଥିତିକୁ ଦେଖିବାକୁ ମିଳିଥିଲା ।  ବିଜେପି ପକ୍ଷରୁ ଗାଣ୍ଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଦିଲୀପ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ।

ଉପ-ନିର୍ବାଚନ ଲଢିବେ କଳ୍ପନା ସୋରେନ୍, ମେ ୨୦ ରେ ଭାଗ୍ୟ ପରୀକ୍ଷା

ରାଞ୍ଚି ୨୬/୦୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କର ପତ୍ନୀ କଳ୍ପନା ସୋରେନ୍‌ ଗିରିଡ଼ିହ ଜିଲ୍ଲାର ଗାଣ୍ଡେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି । 

ଜେଏମ୍‌ଏମ୍‌ ବିଧାୟକ ସରଫରାଜ୍‌ ଅହମ୍ମଦଙ୍କ ଇସ୍ତଫା ପରେ ଗାଣ୍ଡେୟ ବିଧାନସଭା ଆସନଟି ଖାଲି ପଡି଼ଥିଲା । ମେ ୨୦ରେ ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଜମି ଦୁର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରାଯିବା ପରେ କଳ୍ପନା ରାଜନୀତି କ୍ଷେତ୍ରକୁ ପ୍ରବେଶ କରିଥିଲେ । 

‘ଇଣ୍ଡିଆ’ ମେଣ୍ଟର ମିଳିତ ରାଲିରେ ତାଙ୍କର ଉପସ୍ଥିତିକୁ ଦେଖିବାକୁ ମିଳିଥିଲା ।  ବିଜେପି ପକ୍ଷରୁ ଗାଣ୍ଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଦିଲୀପ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ।