ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା : ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ନୀଳଗିରି ୧୧।୬: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତିରେ ସମାପନ ଚାଲିଛି ।ବୁଧବାର ସକାଳେ ଦ୍ୱାରଫିଟା ନୀତିପୂଜା ସରିବା ପରେ ସେନାପଟା ନୀତିପୂଜା, ମଙ୍ଗଳାର୍ପଣ, ରାଜନୀତି ବନ୍ଦାପନା ନୀତି ସମାପନା ହୋଇଥିଲା । ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ ସୁପୁତ୍ର ଜନ୍ମଞ୍ଜୟ ହରିଚନ୍ଦନ ରାଜପ୍ରାସାଦରୁ ଆସି ପୂଜାର୍ଚ୍ଚନା କରି ତିନି ଠାକୁରଙ୍କୁ ବନ୍ଦାପନା କରିବା ପରେ ଛେରାପହଁରା କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ । ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ତାପରେ ଭଉଣୀ ସୁଭଦ୍ରା ସ୍ନାନମଣ୍ଡପକୁ ଗଲାପରେ ମହାପ୍ରଭୁ ବିଜେ କରିଥିଲେ । ମଙ୍ଗଳ ଆଳତୀ, ଅବକାଶ ସୂର୍ଯ୍ୟପୂଜା, ରୋଷହୋମ ପରେ ୧୦୮ ସୁବାସିତ ଜଳ ସ୍ନାନ ମଣ୍ଡପକୁ   ନିଆଯାଇଥିଲା । ଏଥିରେ ଶାଳପର୍ଣ୍ଣି, ନାଗପର୍ଣ୍ଣି, ମଂଚିଷ୍ଟା, ଅଶ୍ଵଗନ୍ଧା, ତ୍ରିଫଳା, ଗରଚନା, କସ୍ତୁରୀ, ଜଟାମାସି, ଜାଇଫଳ, ହରିତାଳ, ଶ୍ରୀକର୍ପୁର, ଅଗୁର, ଚନ୍ଦନ ମିଶ୍ରିତ ଜଳ ମହାପ୍ରଭୁଙ୍କୁ ୩୫ କଳସ, ବଳଭଦ୍ରଙ୍କୁ ୩୩ କଳସ, ସୁଭଦ୍ରାଙ୍କୁ ୨୨ କଳସ, ସୁଦର୍ଶନଙ୍କୁ ୧୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ହଜାର ହଜାର ଭକ୍ତ ଏହି ମହାସ୍ନାନ ଜଳ ଟିକକ ପାଇବା ପାଇଁ ଉତ୍କଣ୍ଠାର ସହ ଅନାଇ ରହିଥିଲେ । ବିଶ୍ୱାସ ରହିଛି ଏହି ସ୍ନାନଜଳ ସେବନ କଲେ ଶରୀର ସୁସ୍ଥ ରୁହେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା : ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ନୀଳଗିରି ୧୧ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତିରେ ସମାପନ ଚାଲିଛି ।ବୁଧବାର ସକାଳେ ଦ୍ୱାରଫିଟା ନୀତିପୂଜା ସରିବା ପରେ ସେନାପଟା ନୀତିପୂଜା, ମଙ୍ଗଳାର୍ପଣ, ରାଜନୀତି ବନ୍ଦାପନା ନୀତି ସମାପନା ହୋଇଥିଲା । ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ ସୁପୁତ୍ର ଜନ୍ମଞ୍ଜୟ ହରିଚନ୍ଦନ ରାଜପ୍ରାସାଦରୁ ଆସି ପୂଜାର୍ଚ୍ଚନା କରି ତିନି ଠାକୁରଙ୍କୁ ବନ୍ଦାପନା କରିବା ପରେ ଛେରାପହଁରା କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ । ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ତାପରେ ଭଉଣୀ ସୁଭଦ୍ରା ସ୍ନାନମଣ୍ଡପକୁ ଗଲାପରେ ମହାପ୍ରଭୁ ବିଜେ କରିଥିଲେ । ମଙ୍ଗଳ ଆଳତୀ, ଅବକାଶ ସୂର୍ଯ୍ୟପୂଜା, ରୋଷହୋମ ପରେ ୧୦୮ ସୁବାସିତ ଜଳ ସ୍ନାନ ମଣ୍ଡପକୁ   ନିଆଯାଇଥିଲା । ଏଥିରେ ଶାଳପର୍ଣ୍ଣି, ନାଗପର୍ଣ୍ଣି, ମଂଚିଷ୍ଟା, ଅଶ୍ଵଗନ୍ଧା, ତ୍ରିଫଳା, ଗରଚନା, କସ୍ତୁରୀ, ଜଟାମାସି, ଜାଇଫଳ, ହରିତାଳ, ଶ୍ରୀକର୍ପୁର, ଅଗୁର, ଚନ୍ଦନ ମିଶ୍ରିତ ଜଳ ମହାପ୍ରଭୁଙ୍କୁ ୩୫ କଳସ, ବଳଭଦ୍ରଙ୍କୁ ୩୩ କଳସ, ସୁଭଦ୍ରାଙ୍କୁ ୨୨ କଳସ, ସୁଦର୍ଶନଙ୍କୁ ୧୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ହଜାର ହଜାର ଭକ୍ତ ଏହି ମହାସ୍ନାନ ଜଳ ଟିକକ ପାଇବା ପାଇଁ ଉତ୍କଣ୍ଠାର ସହ ଅନାଇ ରହିଥିଲେ । ବିଶ୍ୱାସ ରହିଛି ଏହି ସ୍ନାନଜଳ ସେବନ କଲେ ଶରୀର ସୁସ୍ଥ ରୁହେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ ପରେ ସକାଳ ଧୂପ ପୂଜା ସମାପନ ହେବ । ଏହାପରେ ତିନି ଠାକୁର ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ କରିବେ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ, ଦକ୍ଷିଣ ଆଳତୀ ପରେ ଅଣସର ଘରକୁ ରାତ୍ରରେ ତିନି ଠାକୁର ଗୋଟି ପହଣ୍ଡି ବିଜେ କରିବେ । 

You Can Read:

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୯ ଜୁଆଡ଼ି ଗିରଫ