ଉପ-ମୁଖ୍ୟମନ୍ତ୍ରୀ କହିଲେ କେବେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା…

ଭୁବନେଶ୍ବର : ଚଳିତ ମାସ ଡିସେମ୍ବର ୨୫ ତାରିଖ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ଥିଲା। କିନ୍ତୁ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଥିବା ଗତ ୧୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଯାହା ପରେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ପାଇବାକୁ ଥିବା ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଦ୍ବନ୍ଦରେ ରହିଥିଲେ କି କେବେ ଟଙ୍କା ମିଳିବ। ହେଲେ ଆଜି ମହିଳାମାନଙ୍କ ଦ୍ବନ୍ଦ ଦୂର […]

ଉପ-ମୁଖ୍ୟମନ୍ତ୍ରୀ କହିଲେ କେବେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା…
subhadra

ଭୁବନେଶ୍ବର : ଚଳିତ ମାସ ଡିସେମ୍ବର ୨୫ ତାରିଖ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ଥିଲା। କିନ୍ତୁ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଥିବା ଗତ ୧୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଯାହା ପରେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ପାଇବାକୁ ଥିବା ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଦ୍ବନ୍ଦରେ ରହିଥିଲେ କି କେବେ ଟଙ୍କା ମିଳିବ। ହେଲେ ଆଜି ମହିଳାମାନଙ୍କ ଦ୍ବନ୍ଦ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ । ତେବେ ବଣ୍ଡା ଘାଟିରେ ୧୨ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ୯ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି, ୩ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହୋଇଯାଇଛି।

ଅନ୍ୟପଟେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ପାଇବାକୁ ଥିବା ହିତାଧିକାରୀଙ୍କର ଯାଞ୍ଚ ଚାଲିଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦୋବାକୁ ଟାର୍ଗେଟ ରଖିଛୁ, ଯଦି ଯାଞ୍ଚ ନ ସରିବ ତେବେ ଜାନୁଆରିରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ସୂଚନାଯୋଗ୍ୟ ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍‌ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇ ସାରିଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଯାହା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁବ।