ଦେଶୀ ମଦ ‘ଆସ୍କା-୪୦’ର ମୂଲ୍ୟ ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ଓଡ଼ିଶାରେ ବହୁଳ ପ୍ରଚଳିତ ଦେଶୀ ମଦ ‘ଆସ୍କା-୪୦’ର ମୂଲ୍ୟ ୧୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୦ ମିଲି ଆସ୍କା-୪୦ ମୂଲ୍ୟ ୬୦ ଟଙ୍କା ଥିବା ବେଳେ ଏବେ ତାହା ୭୦ ଟଙ୍କା ହୋଇଛି। ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌‌ର ସିଜିଏମ୍‌‌ (ଓ) ଆସ୍କା କୋ-ଅପରେଟିଭ୍‌‌ ସୁଗାର ଇଣ୍ଡଷ୍ଟ୍ରିଜ୍‌‌ ଲିମିଟେଡ୍‌‌କୁ ପତ୍ର ଲେଖି ଜଣାଇଛନ୍ତି ଯେ ଗତ ଡିସେମ୍ବର ୨୪ ତାରିଖରେ ଅନୁଷ୍ଠିତ ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକରେ ଆସ୍କା-୪୦ ମୂଲ୍ୟ […]

ଦେଶୀ ମଦ ‘ଆସ୍କା-୪୦’ର ମୂଲ୍ୟ ବୃଦ୍ଧି କଲେ ସରକାର
Government increases price of countr liquor 'Aska-40'

ଭୁବନେଶ୍ୱର : ଓଡ଼ିଶାରେ ବହୁଳ ପ୍ରଚଳିତ ଦେଶୀ ମଦ ‘ଆସ୍କା-୪୦’ର ମୂଲ୍ୟ ୧୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୦ ମିଲି ଆସ୍କା-୪୦ ମୂଲ୍ୟ ୬୦ ଟଙ୍କା ଥିବା ବେଳେ ଏବେ ତାହା ୭୦ ଟଙ୍କା ହୋଇଛି। ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌‌ର ସିଜିଏମ୍‌‌ (ଓ) ଆସ୍କା କୋ-ଅପରେଟିଭ୍‌‌ ସୁଗାର ଇଣ୍ଡଷ୍ଟ୍ରିଜ୍‌‌ ଲିମିଟେଡ୍‌‌କୁ ପତ୍ର ଲେଖି ଜଣାଇଛନ୍ତି ଯେ ଗତ ଡିସେମ୍ବର ୨୪ ତାରିଖରେ ଅନୁଷ୍ଠିତ ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକରେ ଆସ୍କା-୪୦ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ନୂଆ ମୂଲ୍ୟ ଅନୁସାରେ, ଏହାର ବିକ୍ରୟ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ମୂଲ୍ୟ ଶେଷଥର ପାଇଁ ୨୦୧୯ରେ ବୃଦ୍ଧି କରାଯାଇଥିଲା। ଇତିମଧ୍ୟରେ ସବୁ ସାମଗ୍ରୀର ଦରଦାମ ବଢ଼ିଥିବା ବେଳେ ୫ ବର୍ଷ ହେଲା ଆସ୍କା-୪୦ ମଦ ଦର ବଢ଼ିନାହିଁ। ଫଳରେ ଚିନି ଶିଳ୍ପ ପରିଚାଳନାରେ ନାନା ସମସ୍ୟା ଦେଖାଦେଉଛି। ଏନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ଆସ୍କା ବିଧାୟକ ସରୋଜ ପାଢ଼ୀ ମଧ୍ୟ ଏହି ମଦ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ମୂଲ୍ୟ ସଂଶୋଧନ ନ ହେବା ଫଳରେ ଆସ୍କା ଚିନିକଳ ପରିଚାଳନାରେ ସମସ୍ୟା ଦେଖାଦେଉଛି। ଏହାର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ, ଆସ୍କା ସମବାୟ ଚିନିକଳ ଲିମିଟେଡ୍‌‌ ମୁଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ୟ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରି ମୂଲ୍ୟଠାରୁ ଅଧିକ ଥିବା ହେତୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ମଦ ପ୍ରସ୍ତୁତ କରି ଓଡ଼ିଶା ପାନୀୟ ନିଗମ ଲିମିଟେଡ୍‌‌କୁ ଯୋଗାଇ ଦିଆଯାଉଛି। ତେଣୁ ପାନୀୟ ନିଗମ ଏହାର ମୂଲ୍ୟ ନିର୍ଦ୍ଧାରଣ କରିଥାଏ।