ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ ରହିଛି। କିନ୍ତୁ ଏହି ପରିବର୍ତ୍ତନକୁ ଆମେ ସମସ୍ତେ ସ୍ବାଗତ କରୁଛୁ। ମୁଁ କୌଣସି ରାଜନୈତିକ କିମ୍ବା ଧାର୍ମିକ ଦୃଷ୍ଟିକୋଣରୁ କହୁନାହିଁ କିନ୍ତୁ ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି। #WATCH | BJP swept […] The post ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ appeared first on Dharitri Odia News.

ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ ରହିଛି। କିନ୍ତୁ ଏହି ପରିବର୍ତ୍ତନକୁ ଆମେ ସମସ୍ତେ ସ୍ବାଗତ କରୁଛୁ। ମୁଁ କୌଣସି ରାଜନୈତିକ କିମ୍ବା ଧାର୍ମିକ ଦୃଷ୍ଟିକୋଣରୁ କହୁନାହିଁ କିନ୍ତୁ ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି।

ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଛନ୍ତି,ଜଣେ ବ୍ୟକ୍ତି ଦଳକୁ କବଜା କରିବାକୁ ଚେଷ୍ଟା କରୁଥିଲେ। ବିଜେଡି କୌଣସି ନିର୍ଦ୍ଦିିଷ୍ଟ ବ୍ୟକ୍ତିଙ୍କ ଦଳ ନୁହେଁ। ଓଡ଼ିଶାରେ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇପାରବନି। ଭଲପାଇବା ଓ ସଚ୍ଚୋଟତାରେ ହିଁ ଲୋକଙ୍କୁ ଆକୃଷ୍ଟ କରାଯାଇପାରିବ। ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ କିପରି ସର୍ବନାଶ ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା ବୋଲି ସେ କହିଛନ୍ତି।

The post ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ appeared first on Dharitri Odia News.