କୋରାପୁଟରେ ପିଏମ କିଷାନରେ ୫୯୫୦୮ ହିତାଧିକାରୀ ସାମିଲ

କୋରାପୁଟ,୨୯।୧(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭା ଗୃହରେ ବୁଧବାର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦିଶା ଅଧୀନରେ ଜିଲାର ସାମଗ୍ରିକ ବିକାଶ ନେଇ କାର୍ଯ୍ୟ କରାଯଉଥିବା କେନ୍ଦ୍ର ସରକାରଙ୍କ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ବିଶେଷ କରି ଜିଲାରେ କେତେ ଆଳୁ ଚାଷ ହୋଇଛି, ଜିଲାର କେଉଁ ବ୍ଲକରେ କେତେ ଶୀତଳ ଭଣ୍ଡାର ରହିଛି ତାହା କେତେ କ୍ଷମତା ବିଶିଷ୍ଟ […] The post କୋରାପୁଟରେ ପିଏମ କିଷାନରେ ୫୯୫୦୮ ହିତାଧିକାରୀ ସାମିଲ appeared first on Dharitri Odia News.

କୋରାପୁଟରେ ପିଏମ କିଷାନରେ ୫୯୫୦୮ ହିତାଧିକାରୀ ସାମିଲ

କୋରାପୁଟ,୨୯।୧(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭା ଗୃହରେ ବୁଧବାର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦିଶା ଅଧୀନରେ ଜିଲାର ସାମଗ୍ରିକ ବିକାଶ ନେଇ କାର୍ଯ୍ୟ କରାଯଉଥିବା କେନ୍ଦ୍ର ସରକାରଙ୍କ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ବିଶେଷ କରି ଜିଲାରେ କେତେ ଆଳୁ ଚାଷ ହୋଇଛି, ଜିଲାର କେଉଁ ବ୍ଲକରେ କେତେ ଶୀତଳ ଭଣ୍ଡାର ରହିଛି ତାହା କେତେ କ୍ଷମତା ବିଶିଷ୍ଟ ରହିଛି ଏବଂ ବର୍ତ୍ତମାନର କଣ ସ୍ଥିତି ରହିଛି ସେ ଉପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ସୁଦାମ ବିଶ୍ୱାଳଙ୍କୁ ପଚାରିଥିଲେ।
ଚଳିତ ବର୍ଷ ଜିଲାରେ ୩ ହଜାର ୭ ହଜାର ହେକ୍ଟର ଜମିରେ ଅଦା ଚାଷ ହୋଇଥିବାବେଳେ ଅମଳ ହେବା ପରେ ତାହା ଜିଲାରେ ଥିବା କୃଷି ଉତ୍ପାଦକ ସମିତି ଜରିଆରେ ବଜାରୀକରଣ କରାଯାଉଥିବା ଜିଲା ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ। ସେହିପରି ଜିଲାରେ ପିଏମ କିଷାନରେ ଲକ୍ଷ୍ୟଧର୍ଯ୍ୟ ୧ ଲକ୍ଷ ୧୫ ହଜାର ୨୬୭ ଜଣଙ୍କୁ ସାମିଲ କରିବାକୁ ଥିବାବେଳେ ବର୍ତମାନ ସୁଦ୍ଧା ୫୯ ହଜାର ୫୦୮ ସାମିଲ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ସେହିପରି ଜିଲାରେ ଅପପୃଷ୍ଟି ସ୍ଥିତି, ଛତୁଆର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ କରିଛନ୍ତି ଜିଲାପରିଷଦ ଅଧ୍ୟକ୍ଷା ଓ ବିଧାୟକ ବାହିନୀପତି। ସେନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ବିଧାୟକମାନେ ତାଗିଦ କରିଥିଲେ। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ମଧ୍ୟ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ଏମ୍‌ପିଙ୍କ ସମେତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡମ, କୋରାପୁଟ ବିଧାୟକଙ୍କ ପ୍ରତିନିଧି ସୁମନ୍ତ ପ୍ରଧାନ, ଜିଲାପାଳ ଭି କୀର୍ତି ଭାସନ, ଜିଲାପରିଷଦ ଅଧକ୍ଷା ସସ୍ମିତା ମେଲେକା, ସିଡିଓ ବେଣୁଧର ଶବର, ଜିଲା ଯୋଜନା ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ, ଜୟପୁର ଉପଜିଲ୍ଲାପାଳଙ୍କ ସମେତ ଦିଶା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।

 

The post କୋରାପୁଟରେ ପିଏମ କିଷାନରେ ୫୯୫୦୮ ହିତାଧିକାରୀ ସାମିଲ appeared first on Dharitri Odia News.