ଜିମ୍ବାୱେର ୨ ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୬।୧: ଗତ ମାସରେ ଜିମ୍ବାୱେ ଖେଳାଳି ୱେସଲି ମାଧେୱେରେ ଏବଂ ବ୍ରେଣ୍ଡନ ମାବୁଟୁଆ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଟେଷ୍ଟରେ ଉଭୟଙ୍କ ଦ୍ୱାରା ନିଷିଦ୍ଧ ଡ୍ରଗ୍ସର ବ୍ୟବହାର ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଜିମ୍ବାୱେ କ୍ରିକେଟ ଦଳ ବଡ ପଦକ୍ଷେପ ନେଇଛି। ୱେସଲି ଏବଂ ବ୍ରେଣ୍ଡନଙ୍କୁ ବ୍ୟାନ୍ କରାଯାଇଛି। ଉଭୟ କ୍ରିକେଟର ୪ ମାସ ପର୍ଯ୍ୟନ୍ତ କ୍ରିକେଟ ଖେଳି ପାରିବେ ନାହିଁ। ଏଥି ସହିତ ୱେସଲି ଏବଂ ବ୍ରେଣ୍ଡନ ଅନୁସନ୍ଧାନ କମିଟି ଆଗରେ […] The post ଜିମ୍ବାୱେର ୨ ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧: ଗତ ମାସରେ ଜିମ୍ବାୱେ ଖେଳାଳି ୱେସଲି ମାଧେୱେରେ ଏବଂ ବ୍ରେଣ୍ଡନ ମାବୁଟୁଆ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଟେଷ୍ଟରେ ଉଭୟଙ୍କ ଦ୍ୱାରା ନିଷିଦ୍ଧ ଡ୍ରଗ୍ସର ବ୍ୟବହାର ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଜିମ୍ବାୱେ କ୍ରିକେଟ ଦଳ ବଡ ପଦକ୍ଷେପ ନେଇଛି। ୱେସଲି ଏବଂ ବ୍ରେଣ୍ଡନଙ୍କୁ ବ୍ୟାନ୍ କରାଯାଇଛି। ଉଭୟ କ୍ରିକେଟର ୪ ମାସ ପର୍ଯ୍ୟନ୍ତ କ୍ରିକେଟ ଖେଳି ପାରିବେ ନାହିଁ। ଏଥି ସହିତ ୱେସଲି ଏବଂ ବ୍ରେଣ୍ଡନ ଅନୁସନ୍ଧାନ କମିଟି ଆଗରେ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବା ସ୍ବୀକାର କରିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ଉଭୟ କ୍ରିକେଟରଙ୍କ ଡୋପ ଟେଷ୍ଟ କରାଯାଇଥିଲା।
The post ଜିମ୍ବାୱେର ୨ ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ appeared first on Dharitri Odia News.