ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ)-କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମହିଁ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ଼. ହରି ବାବୁ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ଥିଲେ। ଏହି ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀ ଛାତ୍ରମାନେ ସେମାନଙ୍କର ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲାର […] The post ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ appeared first on Dharitri Odia News.

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ)-କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମହିଁ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ଼. ହରି ବାବୁ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ଥିଲେ। ଏହି ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀ ଛାତ୍ରମାନେ ସେମାନଙ୍କର ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲାର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ପି.ଜି. ଅର୍ଥନୀତି ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅତିଥି ମାନେ ସ୍ୱର୍ଣ୍ଣପଦକ ଦେଇ ସମ୍ମାନିତ କରିଥିଲେ। ନିହାର ଭବାନୀପାଟଣା ସଦର ବ୍ଲକ ଜଗନ୍ନାଥପୁର ଗ୍ରାମର ହୋଇଥିବାବେଳେ ନିରଞ୍ଜନ ଦାଶ ଓ ସବିତା ଦାଶଙ୍କ ଏକ ମାତ୍ର ପୁତ୍ର ଅଟନ୍ତି। ନିହାର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଅର୍ଥନୀତି ବିଷୟରେ ସଫଳତାର ସହିତ ସମ୍ପନ୍ନ କରିଛନ୍ତି। ନିହାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, “ଏହି ସ୍ୱର୍ଣ୍ଣପଦକ ମୋ ପରିବାର ଓ ମୋ ଗ୍ରାମ ପାଇଁ ଗର୍ବର ଅନୁଭୂତି ଆଣିଛି। ଆଗାମୀ ଦିନରେ ମୁଁ ଓଡ଼ିଶା ଓ ଦେଶ ପାଇଁ କିଛି ଉତ୍କୃଷ୍ଟ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ। ସମାବର୍ତ୍ତନ ଉତ୍ସବରେ ନିହାରଙ୍କ ଏହି ସଫଳତା ଅନ୍ୟ ଛାତ୍ର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରେରଣା ପାଲଟିଛି।

The post ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ appeared first on Dharitri Odia News.