ଟ୍ରକ୍ ଏବଂ କଣ୍ଟେନର ମୁହାଁ-ମୁହିଁ ଧକ୍କା, ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଦଗ୍ଧ
କୁଚିଣ୍ଡା : ଆଜି ସନ୍ଧ୍ୟାରେ ଏକ କଣ୍ଟେନର ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବ ଯୋଗୁ ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଜଳିଯାଇଛନ୍ତି । ସୂଚନା ଅନୁଯାଇ, ସମ୍ବଲପୁର ପଟୁ ଆସୁଥିବା ଏକ କଣ୍ଟେନର ଓ ଦେବଗଡ ପଟୁ ଯାଉଥିବା ଏକ ଟ୍ରକ୍ ମଧ୍ୟରେ ବଡ଼ରମା କଦଳୀପାଲ୍ ଛକରେ ମୁହାଁ -ମୁହିଁ ଧକ୍କା ହୋଇଥିଲା । ଫଳରେ କଣ୍ଟେନର ଏବଂ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରେ ଦୁଇ […] The post ଟ୍ରକ୍ ଏବଂ କଣ୍ଟେନର ମୁହାଁ-ମୁହିଁ ଧକ୍କା, ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଦଗ୍ଧ appeared first on KNews Odisha.

କୁଚିଣ୍ଡା : ଆଜି ସନ୍ଧ୍ୟାରେ ଏକ କଣ୍ଟେନର ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବ ଯୋଗୁ ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଜଳିଯାଇଛନ୍ତି । ସୂଚନା ଅନୁଯାଇ, ସମ୍ବଲପୁର ପଟୁ ଆସୁଥିବା ଏକ କଣ୍ଟେନର ଓ ଦେବଗଡ ପଟୁ ଯାଉଥିବା ଏକ ଟ୍ରକ୍ ମଧ୍ୟରେ ବଡ଼ରମା କଦଳୀପାଲ୍ ଛକରେ ମୁହାଁ -ମୁହିଁ ଧକ୍କା ହୋଇଥିଲା ।
ଫଳରେ କଣ୍ଟେନର ଏବଂ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରେ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗୋଟିଏ ଗାଡ଼ିର ହେଲ୍ପରକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ସମ୍ବଲପୁର ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଜମନକିରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ସହ ଦୁଇ ଡ୍ରାଇଭରଙ୍କ ଶବ ଉଦ୍ଧାର କରିଛି । ଜମନକିରା ଆଇଆଇସି ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
The post ଟ୍ରକ୍ ଏବଂ କଣ୍ଟେନର ମୁହାଁ-ମୁହିଁ ଧକ୍କା, ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଦଗ୍ଧ appeared first on KNews Odisha.