ଚଣ୍ଡୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିର ପରିସରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଆଗାମୀ ଦିନରେ ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ମାନଙ୍କ ସହ ଆଲୋଚନା କରି […]

ଚଣ୍ଡୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିର ପରିସରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଆଗାମୀ ଦିନରେ ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ମାନଙ୍କ ସହ ଆଲୋଚନା କରି ସମସ୍ତ ବକେୟା କାର୍ଯ୍ୟକୁ ଆସନ୍ତା ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ମା’ କଟକ ଚଣ୍ଡୀ ମନ୍ଦିର ସହର ତଥା ଓଡ଼ିଶା ବାସୀଙ୍କ ଭାବାବେଗ ସହିତ ଜଡିତ ଥିବାରୁ ଉନ୍ନୟନ ପ୍ରକଳ୍ପକୁ ଯେତେ ସମ୍ଭବ ସୁନ୍ଦର ଓ ଆକର୍ଷଣୀୟ କରିହେବ ସେଥିନେଇ ପ୍ରୟାସ କରିବା ପାଇଁ ମନ୍ତ୍ରୀ ଦାୟିତ୍ୱରେ ଥିବା ଇଞ୍ଜିନିୟର ଓ କାମକରୁଥିବା ଏଜେନସି କୁ ପରାମର୍ଶ ଦେଇଥିଲେ I ଏଥିସହିତ ଏହାକୁ ଆମ ଐତିହ୍ୟ ସହ ଜଡିତ ପୁରାତନ ମନ୍ଦିର ରୂପରେଖ ଦେବା ଏବଂ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।

ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ-ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, କଟକ ବାରବାଟି ବିଧାୟିକା ସୋଫିୟା ଫିରଦୋସ୍‌, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ନିଆଳି ବିଧାୟକ ଛବି ମଲ୍ଲିକ, ଜିଲ୍ଲାପାଳ ଦତ୍ତାତ୍ରୟ ବାହୁସାହେବ ସିନ୍ଦେ, ଓବିସିସି ଏମଡି ସମୀର ହୋତା, ଚିଫ ଇଞ୍ଜିନିୟର ରୋଡ଼-୨ ଧ୍ୟାନଚାନ୍ଦ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।